ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣ ପୁଣିଥରେ ଚିନ୍ତା ବଢ଼ାଇଳାଣି। ଆଜି ଦେଶରେ ୬୨୮ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି ଏବଂ କେରଳରେ ଜଣଙ୍କର କରୋନାରେ ମୃତ୍ୟୁ ହୋଇଛି। ଦେଶରେ ସକ୍ରିୟ ମାମଲା ୪ ହଜାର ଟପିଯାଇଛି। କର୍ଣ୍ଣାଟକରେ ୩୪ଟି ଜେଏନ୍.୧ ମାମଲା ଚିହ୍ନଟ ହୋଇଉଛି। ତେବେ ଏଥିମଧ୍ୟରୁ ୩ ଜଣଙ୍କର ମୃତ୍ୟୁ ହୋଇଛି। ଉକ୍ତ ୩୪ଟି ମାମଲା ମଧ୍ୟରୁ ୨୦ଟି ବେଙ୍ଗାଲୁରୁରେ ଚିହ୍ନଟ ହୋଇଥିବାବେଳେ ମହୀଶୁରରେ ୪, ମାଣ୍ଡ୍ୟାରେ ୩ ଏବଂ ରାମନଗର,. ବେଙ୍ଗାଲୁରୁ ରୁରାଲ, କୋଡ଼ାଗୁ ଏବଂ ଚାମରାଜନଗରରେ ଗୋଟିଏ ଲେଖାଏଁ ମାମଲା ଚିହ୍ନଟ ହୋଇଛି। ବେଙ୍ଗାଲୁରୁ ଦକ୍ଷିଣ, ପଶ୍ଚିମ ଏବଂ ରାମନଗର ଜିଲ୍ଲାରେ ୩ ଜଣଙ୍କର କରୋନାରେ ମୃତ୍ୟୁ ହୋଇଛି। ଦେଶରେ ମୋଟ୍ ମୃତ୍ୟୁସଂଖ୍ୟା ୫,୩୩,୩୩୪। ଦେଶରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୪, ୫୦,୦୯,୨୪୮।

Comments are closed.