କରୋନାର ପ୍ରଭାବରୁ ମୁକ୍ତି ପାଇବା ପାଇଁ ସମୂହ ଦୀପଦାନ

ସମୟ ଲାଇଭ,୧୭/୩:  କରୋନାର ପ୍ରଭାବରୁ ନିଜକୁ ସୁରକ୍ଷିତ ରଖିବା ସହ ଦେଶ ଓ ଵିଶ୍ଵ କୁ ବଞ୍ଚାଇବାକୁ କୋଣାର୍କ ରାଉଳପାଟଣା ଗାଁ ର ମହିଳା କଲେ ମା ରାମଚଣ୍ଡୀ ଙ୍କ ପାଖରେ ସମୂହ ଦିପଦାନ ।
ଵିଶ୍ଵ ଅର୍ଥନୀତି କୁ ଦୋହଲାଇ ଦିନକୁ ଦିନ ଗୋଟିଏ ଦେଶ ରୁ ଅନ୍ୟ ଦେଶକୁ ବ୍ୟାପି ଆତଙ୍କ ସୃଷ୍ଟି କରି ଚାଲୁଥିବା କରୋନା ଭାଇରସ ବା covid 19 ଏବେ ଵିଶ୍ଵ ଵାସୀ ଙ୍କ ମୁଣ୍ଡ ବ୍ୟଥା ର କାରଣ ସାଜିଛି। ଏହି ଭୂତାଣୁ ର ଉପଚାର ନିମନ୍ତେ ଏପର୍ଯ୍ୟନ୍ତ ମେଡିସନ ନବହାରିଥିବାରୁ ପୁରୀ ଜିଲ୍ଲା କୋଣାର୍କ ରାଉଳପାଟଣା ଗ୍ରାମର ଶତାଧିକ ମହିଳା ଏହି ମହାମାରୀ ରୁ ବର୍ତ୍ତିବା ପାଇଁ ଗାଁର ଗ୍ରାମ୍ୟଦେବତୀ ମା ରାମଚଣ୍ଡୀଙ୍କୁ ମିଳିତ ଭାବେ ଦିପଦାନ କରିଛନ୍ତି।ଘଣ୍ଟ ଘଣ୍ଟା ସହ ହୁଳହୁଳି ହରିବୋଲ ରେ ମାଙ୍କ ମନ୍ଦିର ପରିସରରେ ଛୋଟ ଠାରୁ ବଡ଼ ସମସ୍ତେ ମିଶି ଦୀପଦାନ କରି କିପରି ଏହି ରୋଗରୁ ରକ୍ଷା ପାଇବେ ତାହା କାମନା କରିଥିଲେ। ପୂର୍ବ ଦିନ ମାନଙ୍କରେ ଅନେକ ରୋଗ ତଥା ମହାମାରୀ ସମୟରେ ଗ୍ରାମର ଲୋକମାନେ ଏହି ମନ୍ଦିରରେ ପୂଜା ଅର୍ଚ୍ଚନା କରି ଅରୋଗ୍ୟ ଲାଭ କରିବା ସହ ଅନେକ ବିପଦରୁ ରକ୍ଷା ପାଇବା କଥା ପ୍ରକାଶ କରିଛନ୍ତି ଗ୍ରାମର କିଛି ମହିଳା। ତେଣୁ ଆଜିର ଏହି ସମୟରେ ଯେଉଁ ଭୁତାଣୁ ତା କବଜାରେ ସାରା ଵିଶ୍ଵ କୁ ଅକ୍ତିଆର କରି ରଖିଛି ତାହା ଏହି ମା ରାମଚଣ୍ଡୀ ଙ୍କ ପାଖରେ ଦୀପଦାନ କରି ପ୍ରାର୍ଥନା କଲେ ବିପଦ ଦୁରେଇ ଯିବ ବୋଲି ବିଶ୍ୱାସ ଥିବା ଗ୍ରାମ ଲୋକ କୁହନ୍ତି।
Launching Ceremony of “AYUSHMAN BHARAT

Comments are closed.