ସାମଗ୍ରୀ– କମଳା, ଭେଜିଟେବଲ ଅଏଲ, ସୋରିଷ, ଜିରା, ହଳଦୀ, ଲଙ୍କା ଗୁଣ୍ଡ, ହେଙ୍ଗୁ, ଲୁଣ, ଚିନି, ଶୁଖିଲା ଲଙ୍କା, ଭିନେଗାର ।
ପ୍ରଣାଳୀ – ପ୍ରଥମେ କମଳାର ଚୋପା ଛଡାଇ ନିଅନ୍ତୁ । ଏହାର ମଞ୍ଜି କାଢି ଛୋଟଛୋଟ ଖଣ୍ଡ କରି କାଟି ନିଅନ୍ତୁ । ଏହାପରେ ପ୍ୟାନରେ ତେଲ ଗରମ କରି ଏଥିରେ ସୋରିଷ ଓ ଜିରା ଫୁଟାନ୍ତୁ । ଏଥିରେ ହଳଦୀ, ଲଙ୍କାଗୁଣ୍ଡ ଓ ହେଙ୍ଗୁ ପକାନ୍ତୁ । ବର୍ତ୍ତମାନ ଏଥିରେ କମଳାକୁ ପକାଇ ମସଲାରେ ମିଶାନ୍ତୁ । କମଳା ନରମ ହେବା ଯାଏଁ ଭାଜନ୍ତୁ । ପାଖାପାଖି ୧୫ ରୁ ୨୦ ମିନିଟ୍ କମଳାକୁ ସିଝାନ୍ତୁ । କମଳା ନରମ ହେବାପରେ ଏଥିରେ ଲୁଣ ଆଉ ଚିନି ପକାନ୍ତୁ । ଚିନି ସିରା ଭଳି ହୋଇଯିବାପରେ ଏଥିରେ ଶୁଖିଲା ଲଙ୍କା ପକାଇ ଗୋଳାଇ ଦିଅନ୍ତୁ । କିଛି ସମୟ ଏହାକୁ ଫୁଟାନ୍ତୁ । ଏହା ଫୁଟିବା ପରେ ଏଥିରେ ଭିନେଗାର ଗୋଳାଇ ସ୍ୱାଦକୁ ଆଡଜଷ୍ଟ କରନ୍ତୁ । ଏହାପରେ ପ୍ରସ୍ତୁତ ହୋଇଯିବ କମଳା ଚଟଣୀ ।

Comments are closed.