ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ୭ ଲୋକ କଲ୍ୟାଣ ମାର୍ଗ ସ୍ଥିତ ତାଙ୍କ ବାସଭବନରେ ଏକ କଦମ୍ବ ଚାରା ଲଗାଇଛନ୍ତି। ଏହି ଚାରା ତାଙ୍କୁ ଏକ ବ୍ୟକ୍ତିଗତ ଉପହାର ଭାବେ ବ୍ରିଟେନର ରାଜା ଚାର୍ଲ୍ସ ତୃତୀୟଙ୍କ ନିକଟରୁ ମିଳିଥିଲା। ମୋଦୀ ଏହି ଗଛଟିକୁ ନିଜେ ଲଗାଉଥିବା ଏବଂ ଏଥିରେ ପାଣି ଦେଉଥିବାରୁ ଭିଡିଓ ଜାରି ହୋଇଛି। ପୂର୍ବରୁ ମୋଦୀଙ୍କ ଜନ୍ମଦିନରେ ନୂଆଦିଲ୍ଲୀ ସ୍ଥିତ ହାଇ କମିସନ୍ ପକ୍ଷରୁ ମୋଦୀଙ୍କୁ ରାଜା ଚାର୍ଲ୍ସଙ୍କ ପାଖରୁ କଦମ୍ବ ଗଛ ଉପହାର ଭାବେ ମିଳିଥିବା ପୋଷ୍ଟ୍ କରାଯାଇଥିଲା। ଉଲ୍ଲେଖଯୋଗ୍ୟ ଯେ ମୋଦୀ ଗତ ଜୁଲାଇରେ ବ୍ରିଟେନ୍ ଯାଇଥିଲେ ଏବଂ ରାଜା ଚାର୍ଲ୍ସଙ୍କୁ ମଧ୍ୟ ଭେଟିଥିଲେ। ଏହାପରେ ଏହି ସବୁଜ ରଣନୀତି ଆରମ୍ଭ ହୋଇଛି।

Comments are closed.