କଣ୍ଟେନର ମାଡିଯାଇ ଗୋଟିଏ ପରିବାର ନିଶ୍ଚିହ୍ନ

0

କେନ୍ଦୁଝର : ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ନିଶ୍ଚିହ୍ନ ହୋଇଗଲା ପୁରା ପରିବାର ଇ ଆଜି ସକାଳେ ଏଭଳି ଦୁଃଖଦ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ୪୯ ନମ୍ବର ଜାତୀୟ ରାଜପଥ ଜଗମୋହନପୁର ଠାରେ । ଝିଅକୁ ସ୍କୁଲ ଛାଡିବାକୁ ବାଇକରେ ଯିବାବେଳେ କଣ୍ଟେନର ଧକ୍କାରେ ବାପା-ମା’ଙ୍କ ସହିତ ଝିଅର ମୃତ୍ୟୁ ଘଟିଛି । ମୃତକ ହେଲେ ବାରକୋଟ ଥାନା ବାହାଡାପଶି ଗାଁର ଟଙ୍କ ପାତ୍ର, ସ୍ତ୍ରୀ ଝିଲ୍ଲି ପ୍ରଧାନ ଏବଂ ଝିଅ ମାମୁନି ପ୍ରଧାନ । ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ରାସ୍ତା ଅବରୋଧ କରିଛନ୍ତି । ଘଟଣାସ୍ଥଳରେ ପୋଲିସ ପହଁଚି ଲୋକଙ୍କୁ ବୁଝାସୁଝା କରୁଛି ।

ଘଟନାନୁସାରେ,ବୁଧବାର ସକାଳେ ଦେବଗଡ଼ ଜିଲ୍ଲା ବାରକୋଟ ଥାନା ବାହାଡାପଶି ଗାଁର ଟଙ୍କ ପାତ୍ର ଓ ତାଙ୍କ ସ୍ତ୍ରୀ ବାଇକ୍ ଯୋଗେ ଝିଅକୁ କାଞ୍ଜିପାଣି ସ୍ଥିତ ଆଶ୍ରମ ସ୍କୁଲରେ ଛାଡ଼ିବାକୁ ଯାଉଥିବା ବେଳେ ୪୯ନଂ ଜାତୀୟ ରାଜପଥ ଜଗମୋହନପୁର ଛକରେ ଏକ ଟ୍ରକ୍ ସେମାନଙ୍କୁ ପଛପଟୁ ଧକ୍କା ଦେଇ ଫେରାର ହୋଇଯାଇଥିଲା I ଗାହଟଣାସ୍ଥଳରେ ୩ ଜଣଙ୍କର ମୃତ୍ୟୁ ଘଟିଥିଲା ଇ ଦୁର୍ଘଟଣା ପରେ ଉତ୍ୟକ୍ତ ଲୋକେ ଜାତୀୟ ରାଜପଥକୁ ଅବରୋଧ କରିବା ସହ ମୃତଦେହକୁ ଛାଡି ନଥିଲେ । ବାରମ୍ବାର ଦୁର୍ଘଟଣା ଘଟୁଥିବାରୁ ଜଗମୋହନପୁର ବଜାର ଉଭୟ ପାର୍ଶ୍ଵରେ ହମ୍ପସ ନିର୍ମାଣ ସହ ରାସ୍ତାରେ ଲାଇଟ୍ ବ୍ୟବସ୍ଥା ପାଇଁ ଦାବି କରିଛନ୍ତି ଲୋକେ । ତେବେ କଣ୍ଟେନରଟି ଦୁର୍ଘଟଣା ଘଟାଇ ପଳାଇ ଯାଉଥିବା ବେଳେ ରୁଗୁଡିହ ଟୋଲଗେଟ ନିକଟରେ ଅଟକ ରଖାଯାଇଛି । ଘଟଣାସ୍ଥଳରୁ ଡ୍ରାଇଭର ଫେରାର ହୋଇଯାଇଛି ।

Leave A Reply

Your email address will not be published.