ଭୁବନେଶ୍ୱର : ଅଗଷ୍ଟ ୦୨: ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାରେ ୧୦ ଜଣ କରୋନା ଆକ୍ରାନ୍ତଙ୍କ ର ମୃତ୍ୟୁ ହେଇଛି I ଏହାକୁ ମିଶାଇ, ରାଜ୍ୟରେ ମୃତ୍ୟୁ ସଂଖ୍ୟା ୧୯୭ କୁ ବୃଦ୍ଧି ପାଇଛି।
ମୃତ ୧୦ ଜଣଙ୍କ ମଧ୍ୟରେ ଚାରିଜଣ ଗଞ୍ଜାମ ରୁ, ତିନିଜଣ ଖୋର୍ଦ୍ଧା ରୁ ଏବଂ ଯାଜପୁର, କଳାହାଣ୍ଡି ଏବଂ ସୁନ୍ଦରଗଡ ରୁ ଜଣେ ଲେଖାଏଁ ଅଛନ୍ତି I
ଗଂଜାମ ରେ ଏ ପର୍ଯ୍ୟନ୍ତ ସର୍ବାଧିକ ୧୦୩ ଜଣ ଙ୍କର ମୃତ୍ୟୁ ହେଇଛି I
ସେହିପରି ଆଜି ଖୋର୍ଦ୍ଧାରେ ତିନି ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଖୋର୍ଦ୍ଧା ଜିଲ୍ଲାର ମୋଟ ମୃତ୍ୟୁ ସଂଖ୍ୟା ୨୮ କୁ ବୃଦ୍ଧି ପାଇଛି।
ସୁନ୍ଦରଗଡ ଜିଲ୍ଲାରେ ଆଉ ଜଣଙ୍କ ମୃତ୍ୟୁ ସହ ଜିଲ୍ଲାରେ ମୋଟ ମୃତ୍ୟୁ ସଂଖ୍ୟା ୧୦ କୁ ବୃଦ୍ଧି ପାଇଛି।
ଯାଜପୁର ରେ ଏପର୍ଯ୍ୟନ୍ତ ଦୁଇ ଜଣଙ୍କର ମୃତ୍ୟୁ ହେଇଛି I
କଳାହାଣ୍ଡି ଜିଲ୍ଲାରେ କରୋନା ରେ ଜଣେ ମାତ୍ର ବ୍ୟକ୍ତିଙ୍କ ମୃତ୍ୟୁ ହେଇଛି I

Comments are closed.