ଓଡ଼ିଶାରେ ସୁସ୍ଥ ହେଲେ ୧୬୨୧ ଜଣ କରୋନା ଆକ୍ରାନ୍ତ; ମୋଟ ସୁସ୍ଥ ହେଇସାରିଲେଣି ୪୬ ହଜାର ୯୩୬ ଜଣ

ଭୁବନେଶ୍ୱର: ଅଗଷ୍ଟ ୧୯: ଆଜି ଓଡ଼ିଶାରେ ୧୬୨୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେଇଛନ୍ତି I ସେଥିମଧ୍ୟରୁ, ଗଂଜାମ ରୁ ସର୍ବାଧିକ ୩୨୪ ଜଣ ସୁସ୍ଥ ହେଇଥିବା ବେଳେ, ଖୋର୍ଦ୍ଧା ରୁ ୨୬୫ ଜଣ, ଗଜପତି ରୁ ୧୨୭ ଜଣ, କଟକ ରୁ ୧୧୦ ଜଣ, ପୁରୀ ରୁ ୮୫ ଜଣ, କୋରାପୁଟ ରୁ ୬୯ ଜଣ, ନୂଆପଡା ରୁ ୬୮ ଜଣ, ବାଲେଶ୍ୱର ରୁ ୬୬ ଜଣ, ନୟାଗଡ ରୁ ୬୨ ଜଣ, ବରଗଡ ରୁ ୫୪ ଜଣ, କଳାହାଣ୍ଡି ରୁ ୪୩ ଜଣ, ସୁନ୍ଦରଗଡ ରୁ ୪୧ ଜଣ, କନ୍ଧମାଳ ରୁ ୩୫ ଜଣ, ମାଲକାନଗିରି ରୁ ୩୩ ଜଣ, ଯାଜପୁର ରୁ ୩୨ ଜଣ, ଢେଙ୍କାନାଳ ରୁ ୨୫ ଜଣ, କେନ୍ଦ୍ରାପଡ଼ା ରୁ ୨୩ ଜଣ, ଭଦ୍ରକ ଓ ବଲାଙ୍ଗୀର ରୁ ୨୨ ଜଣ ଲେଖାଏଁ, ମୟୁରଭଞ୍ଜ ରୁ ୨୧ ଜଣ, ଝାରସୁଗୁଡା ରୁ ୨୦ ଜଣ, ରାୟଗଡା ରୁ ୧୮ ଜଣ, କେନ୍ଦୁଝର ରୁ ୧୭ ଜଣ, ସମ୍ବଲପୁର ରୁ ୧୪ ଜଣ, ବୌଦ ରୁ ୧୧ ଜଣ, ନବରଙ୍ଗପୁର ରୁ ୮ ଜଣ, ଜଗତସିଂହପୁର ରୁ ୩ ଜଣ, ସୋନପୁର ରୁ ୨ ଜଣ ଏବଂ ଅନୁଗୁଳ ରୁ ଜଣେ କରୋନା ଆକ୍ରାନ୍ତ ସୁସ୍ଥ ହେଇଛନ୍ତି I
ଏହାକୁ ମିଶାଇ, ଆଜି ସୁଦ୍ଧା ଓଡ଼ିଶାରେ ୪୬ ହଜାର ୯୩୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେଲେ I ଏବେ ମୋଟ ୧୯ ହଜାର ୭୬୧ ଜଣ ଚିକିତ୍ସାଧୀନ ଅଛନ୍ତି I

Govt

Comments are closed.