ଓଡ଼ିଶାରେ ଗୋଟିଏ ଦିନରେ ୫୯୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ଏବଂ ୩ ମୃତ

ଭୁବନେଶ୍ୱର: ଜୁଲାଇ ୧୨: ଓଡ଼ିଶାରେ ୫୯୫ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି I ଗଂଜାମ ଜିଲ୍ଲାରୁ ସର୍ବାଧିକ ୨୩୦ ଜଣ କରୋନା ରୋଗୀ ଚିହ୍ନଟ ହେଇଥିବା ବେଳେ, ଯାଜପୁର ରୁ ୯୭ ଜଣ,ଖୋର୍ଦ୍ଧା ରୁ ୭୬ ଜଣ, କୋରାପୁଟ ରୁ ୪୪ ଜଣ, ମନକାନଗିରି ରୁ ୩୬ ଜଣ, ଗଜପତି ରୁ ୨୦ ଜଣ, ମୟୁରଭଞ୍ଜ ରୁ ୧୪ ଜଣ, ବାଲେଶ୍ୱର, କଟକ ଓ ଭଦ୍ରକ ରୁ ୧୧ ଜଣ ଲେଖାଏଁ, ପୁରୀ ରୁ ୧୦ ଜଣ, ସୁନ୍ଦରଗଡ ରୁ ୮ ଜଣ, ଜଗତସିଂହପୁର ଓ ନୟାଗଡ ରୁ ୫ ଜଣ ଲେଖାଏଁ, କଳାହାଣ୍ଡି ରୁ ୪ ଜଣ, କେନ୍ଦୁଝର ଓ ବରଗଡ ରୁ ୩ ଜଣ ଲେଖାଏଁ, ରାୟଗଡା, କେନ୍ଦ୍ରାପଡ଼ା ଓ ସମ୍ବଲପୁର ରୁ ୨ ଜଣ ଲେଖାଏଁ ଏବଂ ବଲାଙ୍ଗୀର ରୁ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି I
ଏମାନଙ୍କ ମଧ୍ୟରୁ, ୩୯୪ ଜଣ Quarantine ରେ ଥିଲେ ଏବଂ ୨୦୧ ଜଣ ଲୋକାଲ କେଶ I
ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧିପାଇ ୧୩,୧୨୧ ରେ ପହଂଚିଛି I
ସେହିଭଳି, ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇ ୬୪ ରେ ପହଞ୍ଚିଛି I ୨୪ ଘଂଟାରେ ୩ ଜଣ ଙ୍କର ମୃତ୍ୟୁ ହେଇଛି I ସେମାନେ ସମସ୍ତେ ଗଂଜାମ ଜିଲ୍ଲାର ଏବଂ ସେମାନଙ୍କ ବୟଷ ଯଥାକ୍ରମେ ୫୬, ୫୦ ଓ ୬୫ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ର ଟ୍ୱଇଟ ରେ ଦର୍ଶାଯାଇଛି I
ଗଂଜାମ ଜିଲ୍ଲାର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୮୬୪ କୁ ବୃଦ୍ଧି ପାଇଥିବା ବେଳେ ମୃତ୍ୟୁ ସଂଖ୍ୟା ୩୯ ରେ ପହଂଚିଛି I

Launching Ceremony of “AYUSHMAN BHARAT

Comments are closed.