ଓଡ଼ିଶାରେ ଗୋଟିଏ ଦିନରେ ୨୫୪୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେଲେ

ଭୁବନେଶ୍ୱର: ଅଗଷ୍ଟ ୨୫: ଓଡ଼ିଶାରେ ଆଜି ୨୫୪୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେଇଛନ୍ତି I ଗତ କାଲି ମଧ୍ୟ ୨୫୧୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେଇଥିଲେ I
ଆଜି ସୁସ୍ଥ ହେଇଥିବା ରୋଗୀଙ୍କ ମଧ୍ୟରେ, ଖୋର୍ଦ୍ଧା ରୁ ସର୍ବାଧିକ ୬୨୭ ଜଣ ସୁସ୍ଥ ହେଇଛନ୍ତି I ସେହିପରି, ଗଂଜାମ ରୁ ୨୬୬ ଜଣ, ନୟାଗଡ ରୁ ୧୪୩ ଜଣ, ପୁରୀ ରୁ ୧୪୧ ଜଣ, ରାୟଗଡା ରୁ ୧୧୨ ଜଣ, କୋରାପୁଟ ରୁ ୧୦୪ ଜଣ, ଭଦ୍ରକ ରୁ ୯୯ ଜଣ, କଟକ ରୁ ୯୮ ଜଣ, ବୌଦ ରୁ ୮୭ ଜଣ, ମାଲକାନଗିରି ରୁ ୭୬ ଜଣ, କେନ୍ଦ୍ରାପଡ଼ା ରୁ ୭୪ ଜଣ, କନ୍ଧମାଳ ଓ ସୁନ୍ଦରଗଡ ରୁ ୭୩ ଜଣ ଲେଖାଏଁ , କଳାହାଣ୍ଡି ରୁ ୭୨ ଜଣ, ମୟୁରଭଞ୍ଜ ରୁ ୭୦ ଜଣ, ବାଲେଶ୍ୱର ରୁ ୬୩ ଜଣ, ନବରଙ୍ଗପୁର ରୁ ୪୪ ଜଣ, ଗଜପତି ରୁ ୪୨ ଜଣ, ଯାଜପୁର ରୁ ୪୦ ଜଣ, କେନ୍ଦୁଝର ରୁ ୩୭ ଜଣ, ଅନୁଗୁଳ, ଜଗତସିଂହପୁର ଓ ସମ୍ବଲପୁର ରୁ ୩୨ ଜଣ ଲେଖାଏଁ , ବରଗଡ ରୁ ୨୯ ଜଣ, ଢେଙ୍କାନାଳ ଓ ସୋନପୁର ରୁ ୨୦ ଜଣ ଲେଖାଏଁ,ବଲାଙ୍ଗୀର ରୁ ୧୮ ଜଣ, ଝାରସୁଗୁଡା ରୁ ୧୭ ଜଣ ଏବଂ ଦେଓଗଡ ରୁ ୫ ଜଣ କରୋନା ରୋଗୀ ସୁସ୍ଥ ହେଇଛନ୍ତି I
ଏହାକୁ ମିଶାଇ, ରାଜ୍ୟରେ ଏ ପର୍ଯ୍ୟନ୍ତ ମୋଟ ୫୯ ହଜାର ୪୭୦ ଜଣ ସୁସ୍ଥ ହେଇସାରିଛନ୍ତି I

Govt

Comments are closed.