ଓଡ଼ିଆ RAW ଅଫିସରଙ୍କ ଆତ୍ମହତ୍ୟା,କାରଣ ଅସ୍ପଷ୍ଟ

ନୂଆଦିଲ୍ଲୀ : ଓଡ଼ିଆ ଅଫିସରଙ୍କ ଆତ୍ମହତ୍ୟା I ଦକ୍ଷିଣ ଦିଲ୍ଲୀ ଲୋଧି କଲୋନୀ ସ୍ଥିତ ‘ର’ ଅଫିସ ମୁଖ୍ୟାଳୟର ୧୦ ମହଲରୁ ଡେଇଁ ଆତ୍ମହତ୍ୟା କରିଛନ୍ତି ଓଡ଼ିଆ ଅଫିସର । ତାଙ୍କ ନାଁ ଆନିକେତ କୁମାର ଘର କଟକରେ Iତେବେ କାହିଁକି ସେ ଆତ୍ମହତ୍ୟା କଲେ ତା’ର କାରଣ ଅସ୍ପଷ୍ଟ ରହିଛି । ପୋଲିସ୍‌ ତଦନ୍ତ ଜାରି ରଖିଛି ।

ମିଳିଥିବା ସୂଚନାନୁସାରେ ନିୟମିତ ଭଳି ଅନିକେତ କୁମାର ସୋମବାର ସକାଳେ ଦକ୍ଷିଣ ଦିଲ୍ଲୀର ଲୋଧି ରୋଡ଼ ସ୍ଥିତ ନିଜ କାର୍ଯ୍ୟାଳୟରେ ପହଞ୍ଚିଥିଲେ I ତେବେ କେହି କିଛି ବୁଝିବା ଆଗରୁ ସେ ଅଫିସରେ ଥିବା ୧୦ ମହଲର ଝରକାଦେଇ ତଳକୁ ଡେଇଁ ପଡ଼ିଥିଲେ I ତାଙ୍କୁ ତୁରନ୍ତ ନିକଟସ୍ଥ ଡାକ୍ତରଖାନାକୁ ନିଆଯାଇଥିଲା, ଯେଉଁଠାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ ।ଆଜି ତାଙ୍କ ମୃତଦେହର ପୋଷ୍ଟମର୍ଟମ କରାଯିବ।

ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି ଯେ, RAW ଅଫିସର ଜଣକ କିଛିଦିନ ଧରି ମାନସିକ ଚାପରେ ଥିବା ଭଳି ଜଣାପଡୁଥିଲା । ତେବେ ଏନେଇ କୌଣସି ସ୍ପଷ୍ଟ ସୂଚନା ମିଳି ନ ଥିବାବେଳେ ପୁଲିସ ତଦନ୍ତ ଜାରି ରଖିଛି।

Govt

Comments are closed.