ସାମଗ୍ରୀ – ଓଟସ୍, ଅଟା, ଖୀର, ଗୋଟିଏ ଅଣ୍ଡା, କଟା ପିଆଜ, ଗ୍ରେଟ ହୋଇଥିବା ଗାଜର, କଟା କ୍ୟାପସିକମ୍, ଗୋଲମରିଚ ଗୁଣ୍ଡ, ବେକିଂ ସୋଡା, ଜୀରା ଗୁଣ୍ଡ, ଲଙ୍କା ଗୁଣ୍ଡ ।
ପ୍ରଣାଳୀ – ପ୍ରଥମେ ଓଟସ୍କୁ ଗୁଣ୍ଡ କରି ନିଅନ୍ତୁ । ଏହାକୁ ଏକ ପାତ୍ରରେ ଅଟା, ଓଟସ୍ ଗୁଣ୍ଡ,ବେକିଂ ପାଉଡର, ଲୁଣ, ଜୀରା ଗୁଣ୍ଡ, ଲଙ୍କା ଗୁଣ୍ଡ ଆଦି ପକାଇ ମିଶାନ୍ତୁ । ଆଉ ଏକ ପାତ୍ରରେ ଖୀରରେ ଅଣ୍ଡା, ପିଆଜ ପକାଇ ଗୋଳାନ୍ତୁ । ଏହାପରେ ଏଥିରେ ପୂର୍ବ ପ୍ରସ୍ତୁତ ଓଟସ୍ ଗୁଣ୍ଡକୁ ମିଶାନ୍ତୁ । ଏହାପରେ ଏଥିରେ କଟା ଗାଜର ଓ କ୍ୟାପସିକମ୍ ମିଶାଇ ଗୋଳାନ୍ତୁ । ଗୋଟିଏ ପ୍ୟାନରେ ଅଳ୍ପ ବଟର ପକାନ୍ତୁ । ଏଥିରେ କିଛି ମିଶ୍ରଣକୁ ପକାନ୍ତୁ । କିଛି ସମୟ ପରେ ଏହାକୁ ଓଲଟାଇ ସେକନ୍ତୁ । ଏହାର ରଙ୍ଗ ଗୋଲେïନ୍ ବ୍ରାଉନ୍ ହେବାପରେ ଗ୍ୟାସକୁ ବନ୍ଦ କରି ନିଅନ୍ତୁ । ପ୍ରସ୍ତୁତ ହୋଇଗଲା ଓଟସ ପ୍ୟାନ୍କେକ୍ ।

Comments are closed.