ଭୁବନେଶ୍ୱର : ଜୁଲାଇ ୯: ଓଜେଇଇ ଅନ୍ଲାଇନ ଆବେଦନ ଏବଂ ଫି ଦାଖଲ ଅବଧି ବଢ଼ିଲା । ରାଜ୍ୟରେ ସାମ୍ପ୍ରତିକ କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି ।
ବିଟେକ ପାଠ୍ୟକ୍ରମରେ ନାମଲେଖା ଲାଗି ହେବାକୁ ଥିବା ଓଜେଇଇ ଆବେଦନର ସମୟ ସୀମାକୁ ବୃଦ୍ଧି କରାଯାଇଥିବା ଓଜେଇଇ ଅଧ୍ୟକ୍ଷଙ୍କ ପକ୍ଷରୁ କୁହାଯାଇଛି । ଓଜେଇଇ ପାଇଁ ଆବେଦନକାରୀ ଛାତ୍ରଛାତ୍ରୀ ଅନ୍ଲାଇନରେ ଜୁଲାଇ ୨୫ ତାରିଖ ପର୍ଯ୍ୟନ୍ତ ଆବେଦନ କରି ପାରିବେ । ଏଥିସହିତ ଫି ଦାଖଲ ସମୟ ସୀମା ଜୁଲାଇ ୩୧ଯାଏଁ ବୃଦ୍ଧି କରାଯାଇଛି । ପରୀକ୍ଷା କାର୍ଯ୍ୟସୂଚୀ, ଆଡମିଟ୍ କାର୍ଡ ଡାଉନଲୋଡ୍ କରିବା ସଂକ୍ରାନ୍ତରେ ପରବର୍ତ୍ତୀ ସମୟରେ ଛାତ୍ରଛାତ୍ରୀଙ୍କୁ ଅବଗତ କରାଯିବ ବୋଲି କୁହାଯାଇଛି ।
ଏହାପୂର୍ବରୁ ମଧ୍ୟ ଓଜେଇଇର ଆବେଦନ ସମୟ ସୀମା ବୃଦ୍ଧି କରାଯାଇଥିଲା । କୋଭିଡ୍-୧୯କୁ ସଂକ୍ରମଣ ଦୃଷ୍ଟିରେ ରଖି ଓଜେଇଇ କର୍ତ୍ତୃପକ୍ଷ ଆବେଦନକୁ ଗତ ଜୁନ୍ ୩୦ ପର୍ଯ୍ୟନ୍ତ ବୃଦ୍ଧି କରିଥିଲେ । ଜୁଲାଇ ୫ସୁଦ୍ଧା ଆବେଦନକାରୀ ଛାତ୍ରଛାତ୍ରୀ ଫି’ ଦାଖଲ କରିପାରିବେ ବୋଲି କୁହାଯାଇଥିଲା ।

Comments are closed.