ଭୁବନେଶ୍ୱର: ଅଗଷ୍ଟ ୨୭: କଟକ ଏସସିବି ମେଡିକାଲରେ ହେବ ମାଗଣା ଇକ୍ମୋ ଚିକିତ୍ସା । ଏହାସହ କଟକ ଏସ୍ସିବି ହେବ ପୂର୍ବ ଭାରତର ଇକ୍ମୋ ହବ୍ । ଏଥିପାଇଁ ରାଜ୍ୟ ସରକାର ସମସ୍ତ ଖର୍ଚ୍ଚ ବହନ କରିବେ । କୋଭିଡ ନିୟମ କଡ଼ାକଡ଼ି ପାଳନ କରିବା ସହିତ ତୃତୀୟ ଲହର ପାଇଁ ନିଜକୁ ଓ ନିଜ ପିଲାମାନଙ୍କୁ ସୁରକ୍ଷିତ ରଖନ୍ତୁ ବୋଲି ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଇକ୍ମୋ ଚିକିତ୍ସା ଉଦ୍ଘାଟନୀ ଅବସରରେ କହିଛନ୍ତି ।
ଏସ୍ସିବି ମେଡିକାଲର ହୃଦରୋଗ ଶଲ୍ୟ ବିଭାଗରେ ଦୁଇଟି ଇକ୍ମୋ ୟୁନିଟ୍ କରାଯାଇଛି । ପ୍ରଥମ ଇକ୍ମୋ ୟୁନିଟରେ ୬ଟି ଓ ଦ୍ୱିତୀୟ ଇକ୍ମୋ ୟୁନିଟ୍ରେ ୩ଟି ମେସିନ୍ ରହିଛି । ମୋଟ୍ ଉପରେ ମେଡିକାଲରେ ୯ଟି ଇକ୍ମୋ ସେମିନ୍ ରହିଛି । ଏଥିପାଇଁ ଆବ୍ୟଶ୍ୟକ ଉପକରଣ ମଧ୍ୟ ପର୍ପ୍ୟାପ୍ତ ପରିମାଣରେ ରହିଛି । ସୂଚନାଥାଉକି ଗରିବ ଲୋକଙ୍କୁ ମାଗଣା ଇକ୍ମୋ ଚିକିତ୍ସା ଯୋଗାଇ ଦେବେ ବୋଲି କିଛି ଦିନ ପୂର୍ବରୁ ଭୁବନେଶ୍ୱର ଏମ୍ସ ମେଡିକାଲ ପକ୍ଷରୁ ସୂଚନା ମିଳିଥିଲା । ଗତ ମାସ ଜୁଲାଇ ୧୫ରେ ଏହି ଚିକିତ୍ସା କାର୍ଯ୍ୟକ୍ଷମ ହୋଇଛି । ତେବେ ଗରିବ ଲୋକଙ୍କ ସହିତ ରାସନ କାର୍ଡ ହିତାଧିକାରୀମାନଙ୍କୁ ଏହି ଚିକିତ୍ସା ମାଗଣା ଯୋଗାଇ ଦିଆଯାଉଛି ।

Comments are closed.