ଏର୍ଡୋଗାନଙ୍କ ଜାତିସଂଘ ଭାଷଣକୁ କଡ଼ା ବିରୋଧ କଲା ଭାରତ

ନୂଆଦିଲ୍ଲୀ: ତୁର୍କୀ ରାଷ୍ଟ୍ରପତି ରେସିପ ତାୟିପ ଏର୍ଡୋଗାନ ଜାତିସଂଘ‌ରେ ଜମ୍ମୁ କାଶ୍ମୀର ପ୍ରସଙ୍ଗରେ ଯେଉଁ ଟିପ୍ପଣୀ ଦେଇଥିଲେ ତାକୁ ଭାରତ କଡ଼ା ବିରୋଧ କରି କହିଛି ଏହା ଆପତ୍ତିଜନକ। ଜମ୍ମୁ କାଶ୍ମୀର ପ୍ରସଙ୍ଗ ଦ୍ବିପାକ୍ଷିକ ଏବଂ ଏଥିପାଇଁ ବାହ୍ୟ ହସ୍ତକ୍ଷେପର ଆବଶ୍ୟକତା ନାହିଁ। ବିଦେଶ ବ୍ୟାପାର ମନ୍ତ୍ରାଳୟ ମୁଖପାତ୍ର ରଣଧୀର ଜୈସ୍ବାଲ କହିଛନ୍ତି, ନୂଆଦିଲ୍ଲୀର ଆଭିମୁଖ୍ୟ ବଦଳିନାହିଁ। କାଶ୍ମୀର ପ୍ରସଙ୍ଗରେ ଆମର ସ୍ଥିତି ସମ୍ପୂର୍ଣ୍ଣ ସ୍ପଷ୍ଟ। ସେଥିରେ କୌଣସି ପରିବର୍ତ୍ତନ ହେବାର ନାହିଁ। ମଧ୍ୟସ୍ଥତା କଥା ଉଠିଲେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଦ୍ବିପାକ୍ଷିକ ପ୍ରସଙ୍ଗରେ ତୃତୀୟ ପକ୍ଷ ହସ୍ତକ୍ଷେପର ଆବଶ୍ୟକତା ନାହିଁ। ଉଲ୍ଲେଖଯୋଗ୍ୟ, ଏର୍ଡୋଗାନ ୮୦ତମ ଜାତିସଂଘ ସାଧାରଣ ଅଧିବେଶନରେ ଉଦ୍‌ବୋଧନ ଦେବା ସମୟରେ କାଶ୍ମୀର ସଂକ୍ରାନ୍ତରେ ଟିପ୍ପଣୀ ଦେଇଥିଲେ। ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତିରେ ତୁର୍କୀ ଖୁସି ଥିବା ସେ କହିଥିଲେ। ତୁର୍କୀର ରାଷ୍ଟ୍ରପତି ମଧ୍ୟ ଏହି ବିବାଦ ଜାତିସଂଘ ପ୍ରସ୍ତାବ ଆଧାରରେ କଥାବାର୍ତ୍ତା ମାଧ୍ୟମରେ ସମାଧାନ ହେବା ଉଚିତ ବୋଲି ଅନୁରୋଧ କରିଥିଲେ। ତାଙ୍କ ଟିପ୍ପଣୀ ପୂର୍ବପରି ପାକିସ୍ତାନକୁ ସମର୍ଥନ କରିବା ସହ ସମାନ। ଜୟସ୍ବାଲ ଏର୍ଡୋଗାନଙ୍କ ଟିପ୍ପଣୀକୁ ଆପତ୍ତିଜନକ କହି ବିରୋଧ କରିଛନ୍ତି। ଭାରତର ଭୌଗଳିକ ଅଖଣ୍ଡତା ଏବଂ ସାର୍ବଭୌମତ୍ବ ଉପରେ ଏଭଳି ଅନୁଚିତ ଟିପ୍ପଣୀ ଅଗ୍ରହଣୀୟ ବୋଲି ସେ କହିଛନ୍ତି।

Launching Ceremony of “AYUSHMAN BHARAT

Comments are closed.