ରାଗିନି ଏମଏମ୍ଏସକୁ ନେଇ ଅନେକ ସମୟରେ କ୍ରେଜ ଦେଖିବାକୁ ମିଳିଥାଏ । ଏହାର ଦୁଇଟି ଭାଗକୁ ଦର୍ଶକ ଖୁବ ଭଲପାଇବା ଦେଇଛନ୍ତି । ଯାହାଫଳରେ ଏକତା କପୁର ପୁଣି ଥରେ ଆଉ ଏକ ପାର୍ଟ ତିଆରି କରିବାକୁ ଅଣ୍ଟା ଭିିଡିଥିବା ଜଣା ପଡିଛି । ଏହା ଭିତରେ ତାଙ୍କୁ ଫାଇନାଲ ସ୍କ୍ରିପ୍ଟ ମଧ୍ୟ ମିଳିଯାଇଥିବା ଜଣା ପଡିଛି । ଏହି ପାର୍ଟରେ ବର୍ତ୍ତମାନ ଏକତା କପୁର ତମନ୍ନା ଭାଟିଆଙ୍କୁ ସାମିଲ କରିଥିବା ଜଣା ପଡିଛି । ଏହି ଖବର ଜଣା ପଡିବା ପରେ ତମନ୍ନାଙ୍କ ଫ୍ୟାନ ଖୁବ ଖୁସି ଥିବା ଜଣା ପଡିଛି । ତମନ୍ନାଙ୍କୁ ଏକ ନୂଆ ଅବତାରରେ ଦେଖିବାକୁ ସେମାନେ ଖୁବ ଉତ୍କଣ୍ଠାର ସହିତ ଅପେକ୍ଷା କରିଛନ୍ତି । ସେହିଭଳି ଏହି ଫିଲ୍ମଟି ଏକତାଙ୍କ ଫ୍ରାଞ୍ଚାଇଜର ସବୁଠାରୁ ବଡ ପ୍ରୋଜେକ୍ଟ ହେବ ବୋଲି ମେକର୍ସ ଦାବି କରିଛନ୍ତି ।
