ଖରାଦିନେ ହାଇଡ୍ରେଟ୍ ରହିବା ସବୁଠାରୁ ବେଶି ଜରୁରୀ ହୋଇଥାଏ । ତେଣୁ ଏହି ଦିନେ ସମସ୍ତେ ବିଭିନ୍ନ ପ୍ରକାରର ଉପାୟ ଆପଣାନ୍ତି ହାଇଡ୍ରେଟ ରହିବା ପାଇଁ । ସେଥିରେ ଫଳ ଜୁସ, ଓଆର୍ଏସ୍ ପାଣି, ଦହି ସରବତ, ଆଖୁ ରସ ଆଦି ସାମିଲ ରହିଛି । ତେବେ ଏ ସବୁ ଭିତରେ ସବୁଠାରୁ ଆଗରେ ରହିବ ପଇଡ ପାଣି ।
ହାଇଡ୍ରେଟ ରଖିଥାଏ – ପଇଡ ପାଣି ହେଉଛି ଖୁବ ଭଲ ନ୍ୟାଚୁରାଲ୍ ହାଇଡ୍ରେଟର । ଏଥିରେ ଇଲେକେଫ୍ରାଲାଇଟ୍ ଯଥା ପଟାସିଅମ, ସୋଡିଅମ,ମ୍ୟାଗ୍ନେସିଅମ ଭରପୂର ମାତ୍ରାରେ ରହିଥାଏ । ଏହି ସମସ୍ତ ସାମଗ୍ରୀ ଆମକୁ ପ୍ରାକୃତିକ ଉପାୟରେ ହାଇଡ୍ରେଟ ରଖିଥାଏ ।
ନ୍ୟୁଟ୍ରେଣ୍ଟରେ ଭରପୂର – ପଇଡ ପାଣିରେ ଭରପୂର ମାତ୍ରାରେ ପୋଷକ ତତ୍ୱ ରହିଥାଏ । ଏଥିରେ ଭିଟାମିନ୍ ସି, ଭିଟାମିନ୍ ବି- କମ୍ଲେକ୍ସ, ଜିଙ୍କ୍, ସେଲେନିଅମ ଆଦି ଭରି ରହିଥାଏ । ଏହାକୁ ପିଇବା ଦ୍ୱାରା ଆମର ରୋଗପ୍ରତିରୋଧକ ଶକ୍ତି ବଢିବା ସହିତ ମେଟାବଲିଜିମ୍ ଓ ଏନର୍ଜି ପ୍ରଡକ୍ସନ ବଢିଥାଏ ।
ଆଣ୍ଟିଅକ୍ସିଡାଣ୍ଟରେ ଭରପୂର – ପଇଡ ପାଣିରେ ଆଣ୍ଟିଅକ୍ସିଡାଣ୍ଟ୍ର ଗୁଣ ଅଧିକ ରହିଥାଏ । ଏହା ଆମ ଶରୀରକୁ ବିଭିନ୍ନ ଅସ୍ୱାସ୍ଥ୍ୟକର ପରିସ୍ଥିତିରୁ ବଞ୍ଚାଇଥାଏ । ଏହା ଆମକୁ ବିଭିନ୍ନ କ୍ରୋନିକ୍ ସ୍ୱାସ୍ଥ୍ୟ ସମସ୍ୟାରୁ ମଧ୍ୟ ମୁକ୍ତ କରିଥାଏ ।

Comments are closed.