ଭୁବନେଶ୍ୱର : ଅଗଷ୍ଟ ୨: ଭାରତ – ଚୀନ ଉତ୍ତେଜନା ହ୍ରାସ କରିବା ପାଇଁ ଉଦ୍ୟମ ଅବ୍ୟାହତ ରହିଛି । ମାଲଡୋରେ ଦୁଇଦେଶର ପ୍ରତିରକ୍ଷା କମାଣ୍ଡର ସ୍ତରୀୟ ଆଲୋଚନା ଆରମ୍ଭ ହୋଇଛି । ବିଶେଷ କରି ଏଲ୍ଏସିର ପେଙ୍ଗଙ୍ଗ ଓ ଗୋଗ୍ରାର ସ୍ଥିତି ସମ୍ପର୍କରେ ଏହି ବୈଠକରେ ଆଲୋନା ହୋଇଥିବା ସୂଚନା ମିଳିଛଇ । ଜୁନ୍ ୧୫ ଗଲୱାନ ଘାଟିର ସଂଘର୍ଷ ପର ଠାରୁ ଏହା ଦୁଇ ଦେଶର ପ୍ରତିରକ୍ଷା କମାଣ୍ଡର ସ୍ତରୀୟ ପଂଚମ ବୈଠକ । ଏହି ବୈଠକରେ ଭାରତ ଏଲ୍ଏସିର ବିବାଦୀୟ ଫିଙ୍ଗର ଅଂଚଳରୁ ଚୀନ୍ ଏହାର ପୁରା ସୈନ୍ୟ ପ୍ରତ୍ୟାହାର କରିବା ଉପରେ ଫୋକସ୍ ରଖିବା ନେଇ ସୂଚନା ମିଳିଛି । ପୂର୍ବ ଆଲୋଚନା ଅନୁସାରେ ଚୀନ୍ ଏବେ ଏଲଏସିରୁ ସୈନ୍ୟ ପ୍ରତ୍ୟାହାର କରୁଛି । କି;ୁ ଏହି ସୈନ୍ୟ ପ୍ରତ୍ୟାହାର କାମ ସଂପୂର୍ଣ୍ଣ ହୋଇନାହିଁ । ଜୁନ୍ ୧୫ ମଧ୍ୟରାତ୍ରିରେ ଗଲୱାନ ଘାଟିରେ ଭାରତୀୟ ସୈନ୍ୟଙ୍କ ଉପରେ ଚୀନ୍ ସେନା ଅତର୍କିତ ଆକ୍ରମଣ କରିବା ପରେ ୨୦ ଭାରତୀୟ ଜବାନ ସହିଦ ହୋଇଥିଲେ । ଏହା ପରଠାରୁ ଏଲଏସିରେ ଦୁଇ ଦେଶ ମଧ୍ୟରେ ସୀମା ବିବାଦକୁ ନେଇ ଅସନ୍ତୋଷ ଜାରି ରହିଛି ।

Comments are closed.