ଉତ୍ତରପ୍ରଦେଶରେ ଜଳ ପ୍ରଳୟ, ୧୭ ଜିଲ୍ଲାରେ ବନ୍ୟା

ନୂଆଦିଲ୍ଲୀ: ଉତ୍ତରପ୍ରଦେଶରେ ଏବେ ଲଗାଣ ବର୍ଷା ପାଇଁ ବନ୍ୟା ସ୍ଥିତି ଉପୁଜିଛି। ରାଜ୍ୟରେ ଜଳ ପ୍ରଳୟ ସୃଷ୍ଟି ହୋଇଛି। କାନପୁର ନଗର, ଲଖିମପୁର ଖେରି, ବାରଣାସୀ, ଆଗ୍ରା, ଔରେୟା, ଚିତ୍ରକୂଟ, ଫତେପୁର, ବାଲିଆ, ବାନ୍ଦା, ଗାଜିପୁର, ମିର୍ଜାପୁର, ପ୍ରୟାଗରାଜ , ଚନ୍ଦୌଲି, ଜଲୌନ, କାନପୁର ଦେହତ, ହମିରପୁର ଏବଂ ‌ଇଟାୱା ସମେତ ୧୭ଟି ଜିଲ୍ଲା ବନ‌୍ୟା ପ୍ରଭାବିତ ହୋଇଛି। ପ୍ରୟାଗରାଜ ଏବଂ ବାରାଣସୀରେ ଅତି ବିପଜ୍ଜନକ ସ୍ଥିତି ଉପୁଜିଛି। ଗତ ୨୪ ଘଣ୍ଟା ମଧ୍ୟ‌ରେ ରାଜ୍ୟରେ ବନ୍ୟା, ବଜ୍ରପାତ ଯୋଗୁଁ ୧୨ ଜଣଙ୍କ ମୃତ୍ୟୁ ହୋଇଯାଇଛି। ବନ୍ୟା ପ୍ରବଣ ଜିଲ୍ଲାରେ ଅତି ଭଲଭାବେ ସ୍ଥିତି ଅନୁଧ୍ୟାନ କରିବାପରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ୧୨ ପ୍ରଭାବିତ ଜିଲ୍ଲାରେ ୧୧ ଜଣିଆ ମନ୍ତ୍ରୀ ଦଳ ମୁତୟନ କରିଛନ୍ତି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମନ୍ତ୍ରୀଦଳଙ୍କୁ ମୁତୟନ କରିବା ସହ ରିଲିଫ୍‌ କାର୍ଯ୍ୟ ତ୍ବରାନ୍ବିତ କରିବାପାଇଁ ନିର୍ଦ୍ଦେଶ ଦେଇଛନ୍ତି। କୌଣସି ପ୍ରକାର ଅବହେଳା ହେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବ ବୋଲି ମୁଖ୍ୟମନ୍ତ୍ରୀ ଚେତାଇ ଦେଇଛନ୍ତି। ରିଲିଫ୍‌ କମିସନର ଭାନୁ ଚନ୍ଦ୍ର ଗୋସ୍ବାମୀ କହିଛନ୍ତି, ବନ୍ୟା ୧୭ ଜିଲ୍ଲାରେ ୩୭ ତହସିଲ୍‌, ୪୦୨ ଗ୍ରାମକୁ ପ୍ରଭାବିତ କରିଛି। ଜିଲ୍ଲା ପ୍ରଶାସନ ୪୭,୯୦୬ ଲୋକଙ୍କୁ ରିଲିଫ୍‌ ସାମଗ୍ରୀ ପ୍ରଦାନ କରିଛନ୍ତି। ବନ୍ୟା ଯୋଗୁଁ ୩୪୨ ଘର କ୍ଷତିଗ୍ରସ୍ତ ହୋଇଛି। ୪,୦୧୫ରୁ ଅଧିକ ହେକ୍ଟର ଚାଷଜମି ପାଣିରେ ବୁଡ଼ି ଯାଇଛି। ରିଲିଫ୍‌ ବଣ୍ଟନ ପାଇଁ ପ୍ରଶାସନ ୪୩୯ ବୋଟ୍‌ ଏବଂ ମୋଟର ବୋଟ୍‌ ମୁତୟନ କରିଛି। ବନ୍ୟା ପ୍ରବଣ ଅଞ୍ଚଳରେ ରିଲିଫ୍‌ କାର୍ଯ୍ୟ ପାଇଁ ଏନ୍‌ଡିଆରଏଫ୍‌, ଏସ୍‌ଡିଆରଏଫ୍‌ ଏବଂ ପିଏସି ମୁତୟନ ହୋଇଛନ୍ତି।

Launching Ceremony of “AYUSHMAN BHARAT

Comments are closed.