ଆସିବ ଦହାଡ ସିକ୍ୟୁଏଲ

0

୨୦୨୩ରେ ଫିଲ୍ମ ଦହାଡ ଜରିଆରେ ୱେବସିରିଜରେ ଏଣ୍ଟ୍ରି ମାରିଥିଲେ ସୋନାକ୍ଷୀ ସିହ୍ନା । ସେବେଠାରୁ ଦର୍ଶକ ଚାହିଁ ରହିଛନ୍ତି କେବେ ଏହାର ସିକ୍ୟୁଏଲ ଆସିବ । ତେବେ ନିକଟରେ ମିଳିଥିବା ସୂଚନା ଅନୁସାରେ ଖୁବଶୀଘ୍ର ଏହି ସିରିଜର ସିକ୍ୟୁଏଲ ଦର୍ଶକ ଦେଖିବାକୁ ପାଇବେ । ପ୍ରଥମ ସିରିଜରେ ବିଜୟ ବର୍ମାଙ୍କୁ ନକରାତ୍ମକ ଭୂମିକାରେ ଦେଖିବାକୁ ମିଳିଥିଲା । ଏହି ସିରିଜକୁ ଦର୍ଶକ ଖୁବ ଭଲ ପାଇବା ଦେବାସହିତ ଏକ ନମ୍ବର କରିଥିଲେ । ତେଣୁ ଏହାର ସିକ୍ୟୁଏଲକୁ ମଧ୍ୟ ଦର୍ଶକ ଖୁବ ଭଲ ପାଇବାଦେବେ ବୋଲି ମେକର୍ସ ଆଶା ରଖିଛନ୍ତି । ସୋନାକ୍ଷୀଙ୍କୁ ଏଥିରେ ପୁଣିଥରେ ଏସ୍ଆଇ ଅଞ୍ଜଳୀ ଚରିତ୍ରରେ ନଜର ଆସିବେ ।

Govt
Leave A Reply

Your email address will not be published.