ଆର୍‌ଜେଡି ନେତାଙ୍କୁ ଗୁଳିକରି ହତ୍ୟା

ପାଟନା: ରାଷ୍ଟ୍ରୀୟ ଜନତା ଦଳ(ଆର୍‌ଜେଡି) ନେତା ରାଜକୁମାର ରାୟ ଓରଫ ଆଲ୍ଲା ରାୟଙ୍କୁ ବୁଧବାର ରାତିରେ ଗୁଳିକରି ହତ୍ୟା କରାଯାଇଛି। ବିହାର ବିଧାନସଭା ନିର୍ବାଚନ ପାଖେଇ ଆସୁଥିବାବେଳେ ଏପରି ଘଟଣା ରାଜନୈତିକ ଉତ୍ତେଜନା ବଢ଼ାଇ ଦେଇଛି। ସୂତ୍ର ଅନୁଯାୟୀ ଆସନ୍ତା ବିଧାନସଭା ନିର୍ବାଚନରେ ସେ ରାଘୋପୁର ଆସନରୁ ପ୍ରାର୍ଥୀ ହୋଇଥାନ୍ତେ। ତେବେ ତାଙ୍କ ହତ୍ୟା ପଛରେ ଜମିଜମା ବିବାଦ ମୁଖ୍ୟ କାରଣ ବୋଲି କୁହାଯାଇଛି। ତାଙ୍କ ଦେହରେ ୬ଟି ଗୁଳି ବାଜିଥିବା ପୁଲିସ କହିଛି। ଘଟଣାସ୍ଥଳରୁ ପୁଲିସ ଛଅଟି କ୍ୟାଟ୍ରିଜ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛି। ପୁଲିସ ସୂଚନାନୁଯାୟୀ, ବୁଧବାର ରାତିରେ ସେ ଘରକୁ ଫେରୁଥିବାବେଳେ ଦୁଇ ଜଣ ଦୁର୍ବୃତ୍ତ ଚିତ୍ରଗୁପ୍ତ ମୁନ୍ନାଛକ ଅଞ୍ଚଳରେ ତାଙ୍କ ଉପରୁକୁ ଗୁଳି ଚଳାଇଥିଲେ। ତୁରନ୍ତ ତାଙ୍କୁ ପାଟନା ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି।

Launching Ceremony of “AYUSHMAN BHARAT

Comments are closed.