ଆରଜି କର ହସ୍ପିଟାଲର ପୂର୍ବତନ ଅଧ୍ୟକ୍ଷଙ୍କ ସହ ଆଉ ୩ ଜଣଙ୍କୁ ଗିରଫ କଲା ସିବିଆଇ

କୋଲକାତା: କୋଲକାତା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ କରାଯାଇଥିବା ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲର ପୂର୍ବତନ ପ୍ରିନ୍ସିପାଲ ସନ୍ଦିପ ଘୋଷଙ୍କ ସହ ଆଉ ତିନି ଜଣ ଗିରଫଙ୍କୁ ଗିରଫ କରିଛି ସିବିଆଇ। ଏମାନଙ୍କୁ ଆର୍ଥିକ ଅନିୟମିତତା ଅଭିଯୋଗରେ ଗିରଫ କରାଯାଇଥିବା ସୂଚନା ମିଳିଛି। ସୂଚନା ଅନୁଯାୟୀ, ସନ୍ଦିପଙ୍କ ପରେ ସିବିଆଇ ଗିରଫ କରିଥିବା ତିନି ଅଭିଯୁକ୍ତ ହେଉଛନ୍ତି ଅଫସର ଅଲି, ସୁମନ ହାଜରା ଏବଂ ବିପ୍ଳବ ସିହ୍ନା। ଅଫସର, ସନ୍ଦିପ ଘୋଷଙ୍କ ବ୍ୟକ୍ତିଗତ ଅଙ୍ଗରକ୍ଷୀ ହୋଇ ଥିବାବେଳେ ସିହ୍ନା ଏବଂ ହାଜରା ତାଙ୍କ ସହଯୋଗୀ ଥିଲେ। ଆର.ଜି କର ହସ୍ପିଟାଲର ଚିକିତ୍ସା ଉପକରଣ ହେରଫେର କରିବାରେ ଉଭୟ ସନ୍ଦିପ ଘୋଷଙ୍କୁ ସହାୟତା କରୁଥିଲେ। ଡାକ୍ତରଖାନାରେ ହୋଇଥିବା ଆର୍ଥିକ ଅନିୟମିତତା କାରବାରରେ ଘୋଷଙ୍କ ସହ ଏହି ତିନି ଜଣ ସାମିଲ ଥିବା ସିବିଆଇ ସୁରାଗ ପାଇବା ପରେ ସେମାନଙ୍କୁ ଗିରଫ କରିଛି। ଏହା ବ୍ୟତୀତ ସନ୍ଦିପ ଘୋଷଙ୍କ ବିରୁଦ୍ଧରେ ନିୟମ ଉଲ୍ଲଙ୍ଘନର ମଧ୍ୟ ଅଭିଯୋଗ ରହିଛି। ସେ ରାଜ୍ୟ ପୂର୍ତ୍ତ ବିଭାଗ (ପିଡବ୍ଲ୍ୟୁଡି) ପରିବର୍ତ୍ତେ ଘରୋଇ ସଂସ୍ଥା କିମ୍ବା ବ୍ୟକ୍ତିବିଶେଷଙ୍କୁ ଡାକ୍ତରଖାନାରେ ଭିତ୍ତିଭୂମି ସମ୍ବନ୍ଧୀୟ କାର୍ଯ୍ୟ ନ୍ୟସ୍ତ କରିଥିବାର ଅଭିଯୋଗ ହୋଇଛି।

Govt

Comments are closed.