ଆମେରିକାରେ ଭାରତୀୟ ଯୁବକଙ୍କୁ ଗୁଳି କରି ହତ୍ୟା

ଆଗ୍ରା: ଆମେରିକାର ଇଣ୍ଡିଆନାରେ ଜଣେ ଭାରତୀୟ ଯୁବକ ଗେଭିନ୍‌ ଦାସୌରଙ୍କୁ ଗୁଳି କରି ହତ୍ୟା କରାଯାଇଛି। ୧୮ ଦିନ ତଳେ ବିବାହ କରିଥିବା ୨୯ ବର୍ଷୀୟ ଗେଭିନଙ୍କ ପାଇଁ ତାଙ୍କ ବାପା ପବନ ଦାସୌର ନ୍ୟାୟ ଅପେକ୍ଷାରେ ଅଛନ୍ତି। ଦାସୌର କେବଳ ଭିଡିଓରେ ଆମେରିକାରେ ହୋଇଥିବା ପୁଅର ଅନ୍ତିମ ସଂସ୍କାର ଦେଖିବାର ସୁଯୋଗ ପାଇଥିଲେ। ଗେଭିନ ବାଲୁଗଞ୍ଜ ଅଞ୍ଚଳର ସେଣ୍ଟ ଜର୍ଜ କଲେଜରେ ପାଠ ପଢିବା ପରେ ପରେ ସେଣ୍ଟ ଜନ୍ ଡିଗ୍ରି କଲେଜରୁ ବିଜ୍ଞାନରେ ସ୍ନାତକ ଡିଗ୍ରି ହାସଲ କରିଥିଲେ। ପରେ ଅଟୋମୋବାଇଲରେ ଡିପ୍ଲୋମା ପାଠ୍ୟକ୍ରମ ପାଇଁ ଆମେରିକା ଯାଇଥିଲେ। ଏହାପରେ ଗେଭିନ୍ ଇଣ୍ଡିଆନାରେ ଟ୍ରାନ୍ସପୋର୍ଟ ବ୍ୟବସାୟ ଆରମ୍ଭ। ଗେଭିନ୍ ପତ୍ନୀଙ୍କ ସହ ବାଇକ୍‌ରେ ଯାଉଥିବା ବେଳେ ଏକ ପିକ୍‌ଅପ୍ ଗାଡ଼ି ତାଙ୍କୁ ଓଭରଟେକ୍ କରିଥିଲା। ଗେଭିନ୍ ଏହାର ପ୍ରତିବାଦ କରିବାରୁ ପିକ୍‌ଅପ୍ ଡ୍ରାଇଭର ତାଙ୍କୁ ଘଟଣାସ୍ଥଳରେ ଗୁଳି କରି ହତ୍ୟା କରିଥିଲା। ପୁଲିସ ପହଞ୍ଚି ଆଇନଗତ ପ୍ରକ୍ରିୟା ଶେଷ କରିଥିଲେ ହେଁ ଅଭିଯୁକ୍ତ ଡ୍ରାଇଭର ଜଣେ ଆମେରିକୀୟ ନାଗରିକ ହୋଇଥିବାକୁ ତାକୁ ପରେ ଛାଡ଼ି ଦିଆଯାଇଥିଲା ବୋଲି ଦାସୌର ଅଭିଯୋଗ କରିଛନ୍ତି। ହତ୍ୟାକାରୀକୁ ଦଣ୍ଡ ଦେବା ପାଇଁ ଭାରତ ସରକାର ଆମେରିକୀୟ କର୍ତ୍ତୃପକ୍ଷଙ୍କ ନିକଟରେ ମାମଲା ଉଠାଇବାକୁ ସେ ଦାବି କରିଛନ୍ତି।

Govt

Comments are closed.