ଆମେରିକାକୁ ବେଆଇନ ପ୍ରବେଶ ଉଦ୍ୟମ କରି ଭାରତୀୟ ପରିବାର ସମେତ ୮ ମୃତ

ନୂଆଦିଲ୍ଲୀ, ୧/୪ : କାନାଡ଼ାରୁ ଆମେରିକାକୁ ବେଆଇନ ପ୍ରବେଶ ପାଇଁ ଉଦ୍ୟମ କରିବାବେଳେ ଏକ ଭାରତୀୟ ପରିବାର ସଦସ୍ୟଙ୍କ ସମେତ ମୋଟ୍‌ ୮ ଜଣଙ୍କ ମୃତ୍ୟୁ ହୋଇଛିି। ମୃତକଙ୍କ ମଧ୍ୟରେ ୬ ଜଣ ବୟସ୍କ ବ୍ୟକ୍ତି ଏବ˚ ୨ ଜଣ ଶିଶୁ ଅଛନ୍ତି। ସେମାନେ ସେଣ୍ଟ ଲରେନ୍ସ ନଦୀ ଅତିକ୍ରମ କରି ଆମେରିକାକୁ ବେଆଇନ ଭାବେ ପ୍ରବେଶ କରିବାପାଇଁ ଉଦ୍ୟମ କରୁଥିଲେ। ସେଣ୍ଟ ଲରେନ୍ସ ନଦୀର ମାର୍ସି ଅଞ୍ଚଳରେ ସମସ୍ତ ୮ ଜଣଙ୍କ ମର ଶରୀରକୁ ଉଦ୍ଧାର କରାଯାଇଛି। ମୃତକଙ୍କ ମଧ୍ୟରେ ୩ ବର୍ଷରୁ କମ୍‌ ବୟସର ଏକ ଶିଶୁ ଅଛି। ରୋମାନିଆ ଏବ˚ ଭାରତୀୟ ପରିବାରର ମୋଟ ୮ ଜଣଙ୍କ ମୃତ୍ୟୁ ହୋଇଥିବା ପୁଲିସ ସ୍ପଷ୍ଟ କରିଛି। କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୁ ଉକ୍ତ ଘଟଣାରେ ଗଭୀର ଶୋକ ପ୍ରକାଶ କରିଛନ୍ତି।

Govt

Comments are closed.