ପ୍ରଥମେ ଭାତକୁ ରାନ୍ଧି ଥଣ୍ଡା କରି ନିଅନ୍ତୁ । ଏହାପରେ ଏଥିରେ ଦହି, ଲୁଣ ଓ ଜୁଆଣି ମିଶାଇ ନିଅନ୍ତୁ । ସମସ୍ତ ସାମଗ୍ରୀକୁ ମିଶାଇ ଗୋଟିଏ ଦିନ ପୂର୍ବ ରାତିରୁ ରଖି ନିଅନ୍ତୁ । ସକାଳୁ ଏହାକୁ ଭଲ କରି ଗୋଳାଇ ନିଅନ୍ତୁ । ଏଥିରେ ଧନିଆ ପତ୍ର,କଞ୍ଚା ଲଙ୍କା, ଆମ୍ବ କସିଆ ଅଦା ଆଦି ମିଶାଇ ପାରିବେ । ଏହାକୁ ଆଚାର ଲଗାଇ ଖିଆଯାଇଥାଏ । ଏଥିରେ କାକୁଡି କିମ୍ବା ଆଳୁ ଚଟଣି ସହିତ ଖାଇପାରିବେ । ଏହାକୁ ଦକ୍ଷିଣ ଭାରତରେ ଆନ୍ନାମ ଗନ୍ଜ କୁହାଯାଉଥିବାବେଳେ ଓଡ଼ିଶାରେ ଦହି ପଖାଳ କୁହାଯାଇଥାଏ ।