ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଚନ୍ଦ୍ରବାବୁ ନାଇଡୁ

ବିଶାଖାପାଟଣା: ତେଲୁଗୁ ଦେଶମ ପାର୍ଟିର (ଟିଡିପି) ସୁପ୍ରିମୋ ଏନ ଚନ୍ଦ୍ରବାବୁ ନାଇଡୁ ବୁଧବାର ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ତାଙ୍କ ସହିତ ଜନସେନା ପାର୍ଟି ମୁଖ୍ୟ ତଥା ‘ପାୱାର ଷ୍ଟାର’ ପୱନ କଲ୍ୟାଣ କ୍ୟାବିନେଟ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ଶପଥ ଗ୍ରହଣ ପରେ ନାଇଡୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନିକଟକୁ ଯାଇଥିଲେ ଉଭୟ ଉଭୟଙ୍କୁ ଆଲିଙ୍ଗନ କରିଥିଲେ।ପ୍ରଧାନମନ୍ତ୍ରୀ ମୋଦୀଙ୍କ ବ୍ୟତୀତ ଶପଥ ଗ୍ରହଣ ସମାରୋହରେ ଅମିତ ଶାହା, ନିତିନ ଗଡକରୀ ଏବଂ ଜେପି ନଡ୍ଡାଙ୍କ ସହ ତାଙ୍କର ଅନେକ କ୍ୟାବିନେଟ ସହକର୍ମୀଙ୍କ ସହିତ ଅଭିନେତା ରଜନୀକାନ୍ତ, ପୱନ କଲ୍ୟାଣଙ୍କ ବଡ ଭାଇ ତଥା ସୁପରଷ୍ଟାର ଚିରଞ୍ଜୀବୀ, ତେଲେଙ୍ଗାନାର ପୂର୍ବତନ ରାଜ୍ୟପାଳ ତାମିଲିସାଇ ସୌନ୍ଦର୍ଯ୍ୟରାଜନ ଏବଂ ଅନ୍ୟାନ୍ୟ ନେତା ଯୋଗ ଦେଇଥିଲେ। ନାଇଡୁଙ୍କ ନେତୃତ୍ୱାଧୀନ ଟିଡିପି ଏବଂ ତେଲୁଗୁ ତାରକା ପୱନ କଲ୍ୟାଣଙ୍କ ନେତୃତ୍ବାଧୀନ ଜନସେନା ସହ ମେଣ୍ଟ କରି ବିଜେପି ନିର୍ବାଚନରେ ଲଢ଼ିଥିଲା। ସତ୍ୟ କୁମାର ଯାଦବ ଏଥର ଆନ୍ଧ୍ରପ୍ରଦେଶ କ୍ୟାବିନେଟରେ ଏକମାତ୍ର ବିଜେପି ନେତା ଭାବେ ସାମିଲ ହୋଇଛନ୍ତି। ମୋଟ ୨୩ଜଣ ମନ୍ତ୍ରୀ ଭାବେ ଶପଥ ନେଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, କିଛି ମାସ ତଳେ ଚନ୍ଦ୍ରବାବୁ ନାଇଡୁ ଇଡି ଦ୍ବାରା ଗିରଫ ହୋଇ ଜେଲ୍ରେ ଥିଲେ। ତାଙ୍କୁ ଜାମିନ ମିଳିବା ପରେ ନାଇଡୁ ଟିଡିପିର ନେତୃତ୍ବ ନେଇ ବିଜେପି ଓ ଜନସେନା ମେଣ୍ଟ ସହ ୨୦୨୪ ଲୋକସଭା ନିର୍ବାଚନରେ ବିଜୟ ଲାଭ କରିଥିଲେ।

Govt

Comments are closed.