ବ୍ରହ୍ମପୁର : ଦେହରେ କିରୋସିନି ଢାଳି ଆତ୍ମାହୁତି ଉଦ୍ୟମ କରିଥିବା ଯୁବତୀଙ୍କ ମୃତ୍ୟୁ । ଗତକାଲି ଗଞ୍ଜାମ ଜିଲ୍ଲା କୁକୁଡ଼ାଖଣ୍ଡିରେ ଘରୋଇ କଳିରୁ ଯୁବତୀଙ୍କ ଆତ୍ମାହୁତି ଉଦ୍ୟମ କରିଥିଲେ । ଅର୍ଦ୍ଧଦଗ୍ଧ ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଭର୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ଆଜି ଯୁବତୀଙ୍କର ମୃତ୍ୟୁ ହୋଇଛି । ମୃତକ ହେଲେ ୨୧ ବର୍ଷୀୟ ରାଣୀ ପ୍ରଧାନ । ଯୁବତୀଙ୍କ ଘର ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ ଆମ୍ବ ପୁଆ ଞ୍ଚଳରେ ବୋଲି ସୂଚନା ମିଳିଛି ।
ରାଣୀ ପ୍ରଧାନ ଗାନ୍ଧିନଗର ସ୍ଥିତ ମହାମାୟୀ ମହିଳା ମହାବିଦ୍ୟାଳୟରେ ପାଠ ପଢୁଥିଲେ । ସେ କୁକୁଡ଼ାଖଣ୍ଡି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଭଡ଼ା ଘରେ ରହୁଥିଲେ । ଘର ଭିତରେ ନିଜ ଦେହରେ ନିଆଁ ଲଗାଇ ଦେଇ ବ୍ଲକ କାର୍ଯ୍ୟାଳୟ ଆଗକୁ ଦୌଡ଼ି ଯାଇଥିଲେ । ସ୍ଥାନୀୟ ଲୋକେ ନିଆଁ ଲିଭାଇ ତାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଆଜି ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ଘରୋଇ ଅଶାନ୍ତିକୁ କେନ୍ଦ୍ର କରି ଯୁବତୀ ଆତ୍ମାହୁତି ଦେଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ମୃତ ଯୁବତୀଙ୍କ ଘର ଆମ୍ବପୁଆ ଅଞ୍ଚଳରେ ହୋଇଥିବାବେଳେ ତେବେ ଘରେ ମଦ୍ୟପ ବାପାଙ୍କର ବାରମ୍ବାର ନିର୍ଯାତଙ୍କୁ ସହି ନପାରି ଏହିଭଳି ପଦକ୍ଷେପ ନେଇଥିବା କୁହାଯାଉଛି । ବର୍ତ୍ତମାନ ସୁଦ୍ଧା ଆତ୍ମହତ୍ୟା ର କାରଣ ସ୍ପଷ୍ଟ ହୋଇ ନଥିବାବେଳେ ଯୁବତୀଙ୍କ ବାପାଙ୍କୁ ଅଟକ ରଖି ପୋଲିସ ତଦନ୍ତ ଜାରି ରଖିଛି ।

Comments are closed.