ପୁରୀ: ଜୁନ ୨୦: ସୁବାଶିତ ଜଳରେ ସ୍ନାନ କରିବା ପରେ ଜ୍ୱରରେ ପଡିଛନ୍ତି ମହାପ୍ରଭୁ । ଉପସମ କରିବାକୁ ଲାଗିଛନ୍ତି ଦଇତା ସେବକମାନେ । ଉପଚାର ପାଇଁ ମହାପ୍ରଭୁଙ୍କଠାରେ ଲାଗି ହୋଇଛି ଫୁଲୁରୀ ତେଲ । ଅଣସରରର ୫ମ ଦିନରେ ଫୁଲୁରୀ ତେଲ ଲାଗି ହୋଇଛି । ଘଣା ପେଡା ରାଶି ତେଲ ଆଉ ସୁଗନ୍ଧିତ ଫୁଲ ସବୁକୁ ମିଶାଇ ପ୍ରସ୍ତୁତ ହୋଇଥାଏ ଏହି ଫୁଲୁରୀ ତେଲ । ୨୪ ପ୍ରକାର ଫୁଲ ଓ ୭ ପ୍ରକାର ଚେରମୂଳୀ ଏଥିରେ ମିଶିଥାଏ । ଔଷଧୀୟ ଗୁଣ ସମ୍ପର୍ନ୍ନ ସୁଗନ୍ଧିତ ମଲ୍ଲୀ, କିଆ, କେତକି ସହ କିଛି ଶୁକ୍ଳ ଧାନ, ବେଣାଚେରକୁ ଘଣା ହୋଇଥିବା ରାଶିତେଲରେ ମିଶାଇ ଏକ ମାଟି ହାଣ୍ଡିରେ ମାଟିରେ ପୋତି ଦିଆଯାଏ । ତେବେ ଆଜିଠାରୁ ମହାପ୍ରଭୁଙ୍କର ଓଷ ଲାଗି ହେବ । ଷଷ୍ଠୀ ଠାରୁ ନବମୀ ତିଥି ପର୍ଯ୍ୟନ୍ତ ଏହି ଔଷଧ ଲାଗି କରାଯିବ । ଫଳରେ କିଛି ମାତ୍ରାରେ ଶ୍ରୀଜିଉ ଜ୍ୱରରୁ ଉପଶମ ପାଇବେ । ଦଶମୀ ଦିନ ରାଜବୈଦ୍ୟଙ୍କ ଦ୍ୱାରା ପ୍ରସ୍ତୁତ ଦଶମୂଳ ମୋଦକ ଖାଇବା ପରେ ମହାପ୍ରଭୁ ସମ୍ପୂର୍ଣ୍ଣ ଉପଶମ ହେବେ ।
Comments are closed.