ଆଜି ନାମାଙ୍କନ ଭରିବେ ବିଜେପି ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡା

ଭୁବନେଶ୍ୱର : କେନ୍ଦ୍ରାପଡା ଲୋକସଭା ଆସନ ପାଇଁ ଆଜି ନାମାଙ୍କନ ଭରିବେ ବିଜେପି ସାଂସଦ ପ୍ରାର୍ଥୀ ବ୍ବୈଜୟନ୍ତ ପଣ୍ଡା I ଆଜି ସକାଳ ୯ ଟାରେ ମୁହାଣି ରାମ ମନ୍ଦିରରେ ପୂଜାର୍ଚ୍ଚନା ସାରି ଶୋଭାଯାତ୍ରା କରି ତିନିମୁହାଣ, ଜ୍ଞାନପୀଠ, କଜଳା, ମହିପାଳ, ବଡହାଟ ଏବଂ ପୁରୁଣା ବସଷ୍ଟାଣ୍ଡ ଦେଇ ଜିଲ୍ଲାପାଳଙ୍କ ଅଫିସରେ ପହଞ୍ଚିବ। ବୈଜୟନ୍ତ ପଣ୍ଡାଙ୍କ ଶୋଭାଯାତ୍ରାରେ କେନ୍ଦ୍ର ଓ ରାଜ୍ୟ ସ୍ତରର ବହୁ ପ୍ରମୁଖ ନେତା ଓ ବିଧାୟକ ପ୍ରାର୍ଥୀ ଯୋଗ ଦେବା କାର୍ଯ୍ୟକ୍ରମ ରହିଛି I ଏଥିପାଇଁ ବିଜେପି କର୍ମୀଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଛି ।

ଗତକାଲି କେନ୍ଦ୍ରାପଡା ଜିଲ୍ଲା ଆଳିରେ ବିରାଟ ରୋଡ଼ ଶୋ କରିଥିଲେଲୋକସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡା । ଆଳିର ବିଧାୟକ ପ୍ରାର୍ଥୀ କୃଷ୍ଣଚନ୍ଦ୍ର ପଣ୍ଡା ଓ ଶତାଧୀକ କର୍ମୀଙ୍କ ସହ ମୋଟର ସାଇକେଲ ଶୋଭାଯାତ୍ରା କରିଥିଲେ।

Launching Ceremony of “AYUSHMAN BHARAT

Comments are closed.