ଆଜିଠାରୁ ଆରବିଆଇ ର ଡିଜିଟାଲ -ରୁପି ପରୀକ୍ଷଣ

ନୂଆଦିଲ୍ଲୀ:ଦୀର୍ଘ ଦିନ ଧରି ଅପେକ୍ଷା କରାଯାଇଥିବା ଭାରତରେ ଡିଜିଟାଲ୍ ରୁପି ପ୍ରଚଳନକୁ ଅନୁମୋଦନ ଦେଇଛି ଆରବିଆଇ । ରିଜର୍ଭ ବ୍ୟାଙ୍କ ଆଜିଠାରୁ ହୋଲ୍ସେଲ ସେଗମେଣ୍ଟରେ ଡିଜିଟାଲ ମୁଦ୍ରା ଅର୍ଥାତ୍ ‘ଡିଜିଟାଲ୍ ରୂପୀ’ର ପ୍ରଥମ ପାଇଲଟ୍‌ ପରୀକ୍ଷଣ ମଙ୍ଗଳବାରରୁ ଆରମ୍ଭ ହେଉଛି । ଏହା ସହିତ, ବର୍ତ୍ତମାନ ଡିଜିଟାଲ୍ ମୁଦ୍ରାର ପାଇଲଟ୍ ପ୍ରୋଜେକ୍ଟରେ ନଅଟି ବ୍ୟାଙ୍କ ସରକାରୀ ସିକ୍ୟୁରିଟିରେ କାରବାର ପାଇଁ ଏହି ଡିଜିଟାଲ୍ ମୁଦ୍ରା ବ୍ୟବହାର କରିବେ I ଏହାକୁ ସ୍ୱତନ୍ତ୍ର ବ୍ୟବହାର ପାଇଁ ଉପଯୋଗ କରାଯିବ ବୋଲି ଜଣାପଡ଼ିଛି । ଏହି କରେନ୍ସିର ନାଁ ରହିଛି ସିବିଡିସି-ହୋଲ୍‌ସେଲ୍‌ ବା ‘ଇ ରୁପି-ଡବ୍ଲ୍ୟୁ’ । ଚଳିତବର୍ଷ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପ୍ରଥମ ଥର ଡିଜିଟାଲ ରୁପି ବିଷୟରେ ସଂସଦରେ ଚର୍ଚ୍ଚା କରିଥିଲେ ।

ଆରବିଆଇ ୭ ଅକ୍ଟୋବରରେ କେନ୍ଦ୍ରୀୟ ବ୍ୟାଙ୍କ ଡିଜିଟାଲ କରେନ୍ସିକୁ ନେଇ ଏକ କନସେପ୍ଟ ନୋଟ୍‌ ଆଣିଥିଲା। ଯେଉଁଥିରେ ଡିଜିଟାଲ ରୁପି ଖୁବଶୀଘ୍ର ଆସିବ ବୋଲି ଘୋଷଣା କରାଯାଇଥିଲା। ରିପୋର୍ଟ ଅନୁସାରେ, ଏହି ପାଇଲଟ୍ ପରୀକ୍ଷଣରେ ଡିଜିଟାଲ ମୁଦ୍ରାକୁ ସରକାରୀ ସିକ୍ୟୁରିଟି ଟ୍ରାଞ୍ଜାକ୍ସନ ଲାଗି ବ୍ୟବହାର କରାଯିବ । ଏହାକୁ କିଛି ଲୋକଙ୍କ ପାଇଁ ରୋଲଆଉଟ୍‌ କରାଯିବ। ଲୋକଙ୍କୁ ଏହା ବିଷୟରେ ସଚେତନତା କରିବା ପାଇଁ ପାଇଲଟ ପରୀକ୍ଷଣ କରାଯାଇଛି।

ଭବିଷ୍ୟତରେ ଏହାର ବ୍ୟବହାର କରିବା ଦ୍ୱାରା ଯେଭଳି ସମସ୍ୟା ସାମ୍ନା ନ କରିବାକୁ ପଡେ । ତେବେ ପାଇଲଟ୍ ପରୀକ୍ଷଣରେ ୯ଟି ପ୍ରମୁଖ ବ୍ୟାଙ୍କ ଅଂଶଗ୍ରହଣ କରିବେ । ଭାରତୀୟ ଷ୍ଟେଟ୍ ବ୍ୟାଙ୍କ, ବ୍ୟାଙ୍କ ଅଫ୍ ବରୋଦା, ୟୁନିୟନ ବ୍ୟାଙ୍କ ଅଫ୍ ଇଣ୍ଡିଆ, HDFC ବ୍ୟାଙ୍କ, ଆଇସିଆଇସିଆଇ ବ୍ୟାଙ୍କ, କୋଟାକ ମହିନ୍ଦ୍ରା ବ୍ୟାଙ୍କ, ୟେସ୍ ବ୍ୟାଙ୍କ, IDFC Fast ବ୍ୟାଙ୍କ ଏବଂ HSCB । ତଥ୍ୟ ଅନୁସାରେ, ପାଇଲଟ୍‌ ପରୀକ୍ଷଣରେ ସେକେଣ୍ଡାରୀ ମାର୍କେଟ ସେଟେଲମେଣ୍ଟ ପାଇଁ ଡିଜିଟାଲ ମୁଦ୍ରାକୁ ସରକାରୀ ସିକ୍ୟୁରିଟିଜ୍‌ ଟ୍ରାଞ୍ଜାକ୍‌ସନ ଲାଗି ବ୍ୟବହାର କରାଯିବ । ଅକ୍ଟୋବର ୩୧ରେ ଆରବିଆଇ ପକ୍ଷରୁ ଜାରି ଏକ ବିଜ୍ଞପ୍ତିରୁ ଏହା ଜଣାପଡ଼ିଛି ।

ଇ-ରୁପି-ଡବ୍ଲ୍ୟୁ ଆନ୍ତଃ-ବ୍ୟାଙ୍କ ବଜାରକୁ ଅଧିକ ଦକ୍ଷ କରିବ । କେନ୍ଦ୍ରୀୟ ବ୍ୟାଙ୍କର ଇ-ରୁପିରେ ସେଟେଲ୍‌ମେଣ୍ଟ ଦ୍ୱାରା ଟ୍ରାଞ୍ଜାକ୍‌ସନ ଖର୍ଚ୍ଚ କମିବ । କାରଣ ସେଟେଲ୍‌ମେଣ୍ଟ ରିସ୍କ କମ୍‌ କରିବା ପାଇଁ ସେଟେଲ୍‌ମେଣ୍ଟ ଗ୍ୟାରେଣ୍ଟି ଭିତ୍ତିଭୂମି କିମ୍ବା ବନ୍ଧକର ଆବଶ୍ୟକତା ପଡ଼ିବ ନାହିଁ ।
ପ୍ରଥମ ପରୀକ୍ଷଣରୁ ମିଳିବାକୁ ଥିବା ଫଳାଫଳ ଆଧାରରେ ଆଗକୁ ଅନ୍ୟ ସମସ୍ତ ହୋଲ୍‌ସେଲ୍‌ ଟ୍ରାଞ୍ଜାକ୍‌ସନ ଏବଂ ସୀମା-ପାର ପେମେଣ୍ଟ କ୍ଷେତ୍ରରେ ମଧ୍ୟ ପାଇଲଟ୍‌ ପରୀକ୍ଷଣ ହେବ ବୋଲି ଆର୍‌ବିଆଇ ପ୍ରକାଶ କରିଛି ।

Launching Ceremony of “AYUSHMAN BHARAT

Comments are closed.