ଆଗ୍ରା ଫତେହବାଦସ୍ଥିତ ଏକ ହୋଟେଲ୍‌ରୁ ନାବାଳିକାଙ୍କୁ ଅପହରଣ ଓ ଦୁଷ୍କର୍ମ

ଆଗ୍ରା: ଆଗ୍ରା ଫତେହବାଦ ରୋଡ୍‌ ପାର୍ଶ୍ବସ୍ଥ ଏକ ହୋଟେଲ୍‌ରୁ ଜଣେ ୧୩ ବର୍ଷୀୟ ବାଳିକାଙ୍କୁ ବନ୍ଧୁକ ମୁନରେ ଅପହରଣ ଓ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏହି ମାମଲାର ଅଭିଯୁକ୍ତ ଉକ୍ତ ହୋଟେଲ୍‌ ମାଲିକଙ୍କ ପୁଅ ସଂପ୍ରତି ଫେରାର୍‌ ଅଛି। ପୀଡ଼ିତାଙ୍କ ମା’ଙ୍କ ଅଭିଯୋଗ ଅନୁସାରେ, ହୋଟେଲ୍‌ ମାଲିକଙ୍କ ପୁଅ ରାକେଶ ରାଜପୁତ ଓ ତାଙ୍କ ଝିଅ ଫୋନ୍‌ରେ କଥାବାର୍ତ୍ତା ହେଉଥିଲେ। ହୋଟେଲ୍‌ରେ ଚାକିରି ଦେବାର ପ୍ରଲୋଭନ ଦେଖାଇ ରାକେଶ ତାଙ୍କ ଝିଅକୁ ଡାକିଥିଲେ। ଅକ୍ଟୋବର ୨୧ ତାରିଖରେ, ତାଙ୍କ ଝିଅକୁ ମାରୁତୀ ଛକକୁ ଭେଟିବାକୁ ଡାକିଥିଲେ। ସେଠାରୁ ପୀଡ଼ିତାଙ୍କୁ ନେଇ ହୋଟେଲ୍‌କୁ ଯାଇଥିଲେ। ହୋଟେଲ୍‌ର ଏକ ରୁମ୍‌ରେ ଦୁଷ୍କର୍ମ ଉଦ୍ୟମ କରିଥିଲେ। ତେବେ ପୀଡ଼ିତା ଜଣକ ପାଟି କରିବାରୁ ତାଙ୍କୁ ବନ୍ଧୁକ ଦେଖାଇ ଭୟଭୀତ କରିଥିଲେ। ଦୁଇ ଘଣ୍ଟା ଧରି ସେହି ରୁମ୍‌ରେ ଅଟକ ରଖି ଏକାଧିକ ଥର ତାଙ୍କୁ ଦୁଷ୍କର୍ମ କରିଥିଲେ। ସେଠାରୁ ଫେରିବା ପରେ ଝିଅର ମାନସିକ ଅବସ୍ଥା ଦେଖି ସେ ସନ୍ଦେହ କରି ପଚାରିଥିଲେ। ଘଟଣା ଜାଣିବା ପରେ ଶୁକ୍ରବାର ରାତିରେ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ଅଧିକାରୀ ଯଶବୀର ସିଂହ କହିଛନ୍ତି, ପୀଡ଼ିତା ନାବାଳିକାଙ୍କ ମେଡିକାଲ୍‌ ଯାଞ୍ଚ କରାଯାଇଛି। ଫେରାର୍‌ ଅଭିଯୁକ୍ତକୁ ଧରିବା ନିମନ୍ତେ ଏକାଧିକ ଟିମ୍‌ ଗଠନ କରାଯାଇଛି।

Launching Ceremony of “AYUSHMAN BHARAT

Comments are closed.