ନୂଆଦିଲ୍ଲୀ: ବହୁଜନ ସମାଜ ପାର୍ଟି (ବିଏସ୍ପି) ସୁପ୍ରିମୋ ମାୟାବତୀ ନିଜର ପୁତୁରା ଆକାଶ ଆନନ୍ଦଙ୍କୁ ଦଳର ଜାତୀୟ ସଂଯୋଜକ ତଥା ଅନ୍ୟ ସମସ୍ତ ପଦପଦବୀରୁ ହଟାଇଦେଇଛନ୍ତି। ସେହି ସ୍ଥାନରେ ଆକାଶଙ୍କ ପିତା ତଥା ନିଜ ଭାଇ ଆନନ୍ଦ କୁମାର ଓ ରାଜ୍ୟସଭା ସଦସ୍ୟ ରାମଜୀ ଗୌତମଙ୍କୁ ଦାୟିତ୍ବ ପ୍ରଦାନ କରାଯାଇଛି। ବିଏସ୍ପିର ଦଳୀୟ କର୍ମକର୍ତ୍ତାଙ୍କ ପଦପଦବୀରେ ଅଦଳବଦଳ କରାଯାଇଛି। ଏଥିରେ ପୁତୁରା ଆକାଶଙ୍କୁ ଜାତୀୟ ସଂଯୋଜକ ପଦବୀରୁ ହଟାଇ ଦିଆଯାଇଛି। ଏହାର କାରଣ ଦର୍ଶାଇ ମାୟାବତୀ କହିଛନ୍ତି, ଆକାଶଙ୍କ ଉପରେ ତାଙ୍କ ଶ୍ବଶୁର ତଥା ଦଳର ନେତା ଅଶୋକ ସିଦ୍ଧାର୍ଥଙ୍କ ଅଧିକ ପ୍ରଭାବ ରହିଛି। ଅଶୋକ ସିଦ୍ଧାର୍ଥ ଦଳକୁ ଭାଙ୍ଗିବାକୁ ଉଦ୍ୟମ କରୁଛନ୍ତି। ଆକାଶକୁ ବିଭ୍ରାନ୍ତ କରୁଛନ୍ତି। ଦଳର ଶୃଙ୍ଖଳା ଓ ସାଂଗଠନିକ ବ୍ୟବସ୍ଥାରେ ଏହା ଗ୍ରହଣୀୟ ନୁହେଁ। ଏଣୁ ଦଳର ଉପସଭାପତି ଆନନ୍ଦ କୁମାରଙ୍କୁ ଦଳର ଜାତୀୟ ସଂଯୋଜକ ଦାୟିତ୍ବ ଦିଆଯାଇଛି। ସେହିଭଳି ରାଜ୍ୟସଭା ସଦସ୍ୟ ରାମଜୀଙ୍କୁ ମଧ୍ୟ ଜାତୀୟ ସଂଯୋଜକ ଭାବେ ଦଳର ସଂଗଠନକୁ ମଜଭୂତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସୂଚନାଯୋଗ୍ୟ, ୧୦ ଡିସେମ୍ବର ୨୦୨୩ରେ ନିଜ ଭଣଜା ଆକାଶ ଆନନ୍ଦଙ୍କୁ ନିଜର ଉତ୍ତରାଧିକାରୀ ଭାବେ ଘୋଷଣା କରିଥିଲେ।

Comments are closed.