ଆଇପିଏଲ୍‌: ଆଜି ଆର୍‌ସିବିକୁ ଘରେ ଭେଟିବ କେକେଆର୍

କୋଲ୍‌କାତା: କୋଲ୍‌କାତା ନାଇଟ୍‌ ରାଇଡର୍ସ (କେକେଆର୍) ଚଳିତ ଆଇପିଏଲ୍‌ରେ ଆଜି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି)କୁ ନିଜ ଘରୋଇ ପଡ଼ିଆ ଇଡେନ୍‌ ଗାର୍ଡେନରେ ଭେଟିବ। କେକେଆର୍‌ ମୋହାଲିରେ ପଞ୍ଜାବ କିଙ୍ଗ୍ସ ବିପକ୍ଷ ପ୍ରଥମ ମ୍ୟାଚ୍‌ରେ ଡକ୍‌ୱର୍ଥ ଲୁଇସ୍‌ ମେଥଡ୍‌ ଅନୁଯାୟୀ ୭ ରନ୍‌ରେ ପରାଜିତ ହୋଇଥିଲା। ଅନ୍ୟପକ୍ଷରେ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଫାଫ୍‌ ଡୁ’ପ୍ଲେସିସ୍‌ଙ୍କ ଆର୍‌ସିବି ୮ ୱିକେଟ୍‌ରେ ସହଜ ବିଜୟ ପାଇଥିଲା। ଏହି ମ୍ୟାଚ୍‌ରେ ସୁନ୍ଦର ବୋଲିଂ କରିଥିବା ୩ ଦ୍ରୁତ ବୋଲର ମହମ୍ମଦ ସିରାଜ, ହର୍ଷଲ ପଟେଲ ଓ ଆକାଶ ଦୀପ ଇଡେନ୍‌ ଗାର୍ଡେନ୍‌ସ ସହ ପୂରା ପରିଚିତ। ତେଣୁ ଏମାନଙ୍କୁ ଏଠାରେ ସେପରି ଅସୁବିଧା ହେବନି। କିନ୍ତୁ ଆର୍‌ସିବି ଇଂଲିସ୍‌ ପେସର୍‌ ରିସି ଟପ୍‌ଲେଙ୍କ ସେବାରୁ ବଞ୍ଚିତ ହେବ। ଗତ ମ୍ୟାଚ୍‌ରେ ଟପ୍‌ଲେଙ୍କ କାନ୍ଧରେ ଆଘାତ ଲାଗିଥିବାରୁ ସେ ଏହି ମ୍ୟାଚ୍‌ ଖେଳିପାରିବେନି। ତାଙ୍କ ସ୍ଥାନରେ ଡେଭିଡ ୱିଲି ଖେଳିବାର ସମ୍ଭାବନା ରହିଛି।

Launching Ceremony of “AYUSHMAN BHARAT

Comments are closed.