ସାଉଥ ଅଭିନେତ୍ରୀ ମାଲବିକା ମୋହନନ୍ଙ୍କର ଏକ ସାକ୍ଷାତକାର ବର୍ତ୍ତମାନ ଖୁବ ଭାଇରାଲ ହେବାରେ ଲାଗିଛି । ନିକଟରେ ସେ ମୁମ୍ବାଇରେ ମହିଳାଙ୍କ ସୁରକ୍ଷା ଉପରେ କଥା ହୋଇଛନ୍ତି । ତାଙ୍କ ମତରେ ମୁମ୍ବାଇରେ ଜଣେ ମହିଳା କେବେ ବି ସୁରକ୍ଷିତ ନୁହେଁ । ଜଣେ ମହିଳାଙ୍କୁ ସେଠି କୌଣସି କାର୍ଯ୍ୟରେ ଯିବାକୁ ହେଲେ ମେଟ୍ରୋ ଓ ପବ୍ଲିକ୍ ଟ୍ରାନ୍ସପୋର୍ଟର ବ୍ୟବହାର କରିବାକୁ ହୋଇଥାଏ । ତେବେ ଏହା ସୁରକ୍ଷିତ ନୁହେଁ ବୋଲି ମାଲବିକା ପ୍ରକାଶ କରିଛନ୍ତି । ବର୍ତ୍ତମାନ ସେ ଜଣେ ଷ୍ଟାର ଏବଂ ତାଙ୍କ ପାଖରେ ସବୁପ୍ରକାର ସୁବିଧା ରହିଛି, ହେଲେ ସେ ଯେତେବେଳେ ଜଣେ ସାଧାରଣ ଝିଅ ଥିଲେ ସେତେବେଳେ ଖୁବ ଅସୁବିଧାର ସମ୍ମୁଖୀନ ହୋଇଥିଲେ ବୋଲି ପ୍ରକାଶ କରିଛନ୍ତି । ତେଣୁ ସେ ମୁମ୍ବାଇକୁ ସୁରକ୍ଷିତ କରିବା ପାଇଁ ଏହି ସାକ୍ଷାତକାରରେ ନିବେଦନ କରିଛନ୍ତି । ତେବେ ଏହାର ଉତ୍ତରରେ ମୁମ୍ବାଇ ପୋଲିସ ମହିଳାଙ୍କ ସୁରକ୍ଷା କରିବା ନେଇ ସେମାନେ ସବୁବେଳେ ତତ୍ପର ବୋଲି କହିଛନ୍ତି ।

Comments are closed.