ଅରବିନ୍ଦ କେଜ୍ରିୱାଲଙ୍କ PA ଙ୍କୁ ଇଡି ନୋଟିସ

ନୂଆଦିଲ୍ଲୀ : ଅବକାରୀ ଦୁର୍ନୀତି ମାମଲାରେ ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ (ଇଡି) ଗୁରୁବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ PA ବିଭବ କୁମାରଙ୍କୁ ସମନ ଜାରି କରିଛନ୍ତି । ଦିଲ୍ଲୀ ଏକ୍ସାଇଜ୍ ପଲିସିରେ ହୋଇଥିବା ଅନିୟମିତତା ସହ ଜଡିତ ଅର୍ଥ ହେରଫେର ମାମଲାରେ ବିଭବ କୁମାରଙ୍କୁ ନୋଟିସ ମାଧ୍ୟମରେ ଇଡି ପ୍ରଶ୍ନ କରିଛି । ପୂର୍ବରୁ ଏହି ମାମଲାରେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଏବଂ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ଜେରା କରାଯାଇଛି । ଅଧିକାରୀମାନେ ସୂଚନା ଦେଇ କହିଛନ୍ତି ଯେ,ଚାର୍ଜସିଟ୍‌ରେ କେଜ୍ରିୱାଲ୍‌ଙ୍କ ନାମ ଉଲ୍ଲେଖ କରିବାର କିଛି ସପ୍ତାହ ପରେ ଆଜି ତାଙ୍କ ବ୍ୟକ୍ତିଗତ ସହକାରୀଙ୍କୁ ହାଜର ହେବାକୁ ସମନ୍‌ ପଠାଯାଇଥିଲା। ଚାର୍ଜସିଟ୍‌ରେ ଉଲ୍ଲେଖ ଅଛି ଯେ, ଅନ୍ୟତମ ମଦ ବ୍ୟବସାୟୀ ଏବଂ ଅବକାରୀ ନୀତି ଦୁର୍ନୀତିର ପ୍ରମୁଖ ଅଭିଯୁକ୍ତ ସମୀର ମହେନ୍ଦ୍ରୁ ଭିଡିଓ କଲ୍‌ ଜରିଆରେ ଅରବିନ୍ଦ କେଜ୍ରିୱାଲ୍‌ଙ୍କ ସହିତ କଥାବାର୍ତ୍ତା କରିଥିଲେ।

ସୂଚନା ଥାଉକି ଏହି ମାମଲାର ଯାଂଚ ଇଡି ଓ ସିବିଆଇ ମିଳିତ ଭାବେ କରୁଛନ୍ତି । ସିବିଆଇ ତରଫରୁ ରୁଜୁ କରାଯାଇଥିବା ଏଫଆଇଆର ଆଧାରରେ ଇଡି ଅର୍ଥ ହେରଫେର କ୍ରମରେ ଯାଂଚ କରୁଛି । ଇଡି ଏପର୍ଯ୍ୟନ୍ତ ଏହି ମାମଲାରେ ୯ଜଣ ଅଭିଯୁକ୍ତଙ୍କୁ ଗିରଫ କରିସାରିଛି । ଫେବୃଆରୀ ୧୧ ରେ, ଇଡି ଏହି ମାମଲାରେ YSR କଂଗ୍ରେସ ସାଂସଦ ମାଗୁଣ୍ଟା ଶ୍ରୀନିବାସ ରେଡ୍ଡୀଙ୍କ ପୁଅ ରାଘବ ମାଗୁଣ୍ଟାଙ୍କୁ ଗିରଫ କରିଥିଲା। ରାଘବ ମାଗୁଣ୍ଟା ପୂର୍ବରୁ ପଞ୍ଜାବର ବ୍ୟବସାୟୀ ଗୌତମ ମାଲହୋତ୍ରା ଏବଂ ଆପ ର ସୋସିଆଲ ମିଡିଆ ଦାୟିତ୍ୱରେ ଥିବା ବିଜୟ ନାୟାରଙ୍କ ସହଯୋଗୀ ରାଜେଶ ଯୋଶୀଙ୍କୁ ଗିରଫ କରିଥିଲା

ଏହି ମାମଲାରେ ଇଡି ପକ୍ଷରୁ ଏପର୍ଯ୍ୟନ୍ତ ଦୁଇଟି ଚାର୍ଜ ସିଟ୍ ଏବଂ ଏକ ସପ୍ଲିମେଣ୍ଟାରୀ ଚାର୍ଜସିଟ୍ ଦାଖଲ କରାଯାଇଛି । ଅନ୍ୟପଟେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କୁ ଏହି ମାମଲାରେ ଅଧିକ ପଚରାଉଚରା କରିବା ପାଇଁ ଫେବୃଆରୀ ୨୬ ରେ ସିବିଆଇ ଅଫିସରେ ହଜାର ହେବାକୁ ନୋଟିସ ଦିଆଯାଇଛି।

Launching Ceremony of “AYUSHMAN BHARAT

Comments are closed.