ଅମୃତପାଲ୍‌ର ଘନିଷ୍ଠ ସହଯୋଗୀ ଗିରଫ

ଖୁବ୍‌ଶୀଘ୍ର ଗିରଫ ହୋଇପାରେ ଅମୃତପାଲ

ନୂଆଦିଲ୍ଲୀ : ଖଲିସ୍ତାନୀ ବିଚ୍ଛିନତାବାଦୀ ‌ନେତା ଅମୃତପାଲ ସିଂହର ଘନିଷ୍ଠ ସହଯୋଗୀ ପପଲପ୍ରିତ ସିଂହ ଗିରଫ ହୋଇଛି। ପଂଜାବ ପୁଲିସ ତାକୁ ହୋଶିୟାରପୁରରୁ ଗିରଫ କରିଛି। ଅମୃତପାଲ ଏବଂ ତା’ର ସହଯୋଗୀ ପଂଜାବର ଜଲନ୍ଧର, ହୋଶିଆରପୁର ଏବଂ ଅମୃତସରରେ ଲୁଚି ରହିଥି‌ଲେ। ତେବେ ପୁଲିସ ଅମୃତପାଲର ପତା ପାଉନି। ଅମୃତପାଲକୁ ହୋଶିୟାରପୁରରେ ଆଶ୍ରୟ ଦେଇଥିବା ଜଣେ ଏନ୍‌ଆରଆଇଙ୍କୁ ଗତକାଲି ପୁଲିସ ଗିରଫ କରିଥିଲା। ତା‌’ ନିକଟରୁ ପୁଲିସ ବଳିଷ୍ଠ ପ୍ରମାଣ ଯୋଗାଡ଼ କରିଛି। ଏହି ପ୍ରମାଣ ଆଧାରରେ ପୁଲିସ ଆଜି ଅମୃତପା‌ଲର ଘନିଷ୍ଠ ସହଯୋଗୀଗୁ ଗିରଫ କରିଥିବା କୁହାଯାଉଛି। ତେବେ ଖୁବ୍‌ଶୀଘ୍ର ଅମୃତପାଲ ମଧ୍ୟ ଗିରଫ ହୋଇପାରେ।

Launching Ceremony of “AYUSHMAN BHARAT

Comments are closed.