ଅମୃତପାଲକୁ ୬ ଘଣ୍ଟା‌ ଆଶ୍ରୟ ଦେଇଥିବା ପଟିଆଲା ମହିଳା ଗିରଫ

ନୂଆଦିଲ୍ଲୀ, ୨୬/୩ : ଖଲିସ୍ତାନୀ ବିଚ୍ଛିନତାବାଦୀ ନେତା‌ ଅମୃତପାଲ ସିଂହର ପାଦଚିହ୍ନକୁ ଟ୍ରାକ୍‌ କରି ପୁଲିସ ଆଜି ପଟିଆଲାର ଜଣେ ମହିଳାଙ୍କୁ ଗିରଫ କରିଛି। ସମ୍ପୃକ୍ତ ମହିଳା ଜଣଙ୍କ ଅମୃତପାଲକୁ ପ୍ରାୟ ୬ ଘଣ୍ଟା ଧରି ନିଜ ଘରେ ଆଶ୍ରୟ ଦେଇଥିଲେ। ଜଣେ ବରିଷ୍ଠ ପୁଲିସ ଅଧିକାରୀଙ୍କ ଅନୁଯାୟୀ ଅମୃତପାଲ ଏବଂ ତାର ସହଯୋଗୀ ପପଲପ୍ରୀତ ସିଂହ ମାର୍ଚ୍ଚ ୧୯ ତାରିଖରେ ପଟିଆଲାର ହରଗୋବିନ୍ଦ ନଗରରେ ବଲବୀର କୌରଙ୍କ ବାସଭବନରେ ଆଶ୍ରୟ ନେଇଥିଲେ। କୌର ଅମୃତପାଲ ଏବଂ ପପଲପ୍ରିତଙ୍କୁ ପ୍ରାୟ ୬ ଘଣ୍ଟା ଆଶ୍ରୟ ଦେଇଥିଲେ। ଏହାପରେ ସେମାନେ ହରିୟାଣାର କୁରୁକ୍ଷେତ୍ର ଜିଲ୍ଲା ଅଧୀନସ୍ଥ ଶାହାବାଦ ଚାଲି ଯାଇଥିଲେ। ତେବେ ଅମୃତପାଲକୁ ଆଶ୍ରୟ ଦେଇଥିବା ମାମଲାରେ ଏହା ଦ୍ବିତୀୟ ଗିରଫ। ପୂର୍ବରୁ ପୁଲିସ ତେଜିନ୍ଦର ସିଂହ ଗିଲ୍‌ଙ୍କୁ ଗିରଫ କରିଥିଲା ଏବଂ ତାଙ୍କ ବିରୋଧରେ ଆଇପିସିର ଧାରା ୨୧୨ ଅଧୀନରେ ମାମଲା ରୁଜୁ କରିଥିଲା।

Launching Ceremony of “AYUSHMAN BHARAT

Comments are closed.