ଭୁବନେଶ୍ୱ: ଅଗଷ୍ଟ ୧୭: ଭାରତର ଇତିହାସ, ସାହିତ୍ୟ ଓ ପୁରାଣକୁ ନେଇ ପିଲାମାନଙ୍କ ପାଇଁ ଲେଖାଯାଇଥିବା ‘ଅମର ଚିତ୍ର କଥା’ କମିକ୍ ବୁକ୍ର ବିଷୟବସ୍ତୁ ଉପରେ କାର୍ଟୁନ୍ ତିଆରି ହେବାକୁ ଯାଉଛି । ‘ଆପ୍ଲାୟୁଜ୍ ଏଣ୍ଟରଟେନମେଣ୍ଟ’ କମ୍ପାନୀ ଏହାକୁ ତିଆରି କରିବାକୁ ଯାଉଛି । ଏହି ଏଣ୍ଟରଟେନମେଣ୍ଟ କମ୍ପାନୀ ହେଉଛି ଆଦିତ୍ୟ ବିର୍ଲା ଗ୍ରୁପ୍ର ଏକ ଅଂଶ । ବିଶେଷ କଥା ହେଲା, ଉକ୍ତ କମିକ୍ ବୁକ୍ରେ ଥିବା ୪୦୦ କ୍ଷୁଦ୍ର ଗଳ୍ପକୁ ନେଇ ଆପ୍ଲାୟୁଜ ଏଣ୍ଟରଟେନମେଣ୍ଟ କମ୍ପାନୀ କାର୍ଟୁନ୍ ପ୍ରସ୍ତୁତ କରୁଛି ବୋଲି କମ୍ପାନୀ ସିଇଓ ସମୀର ନାଇର ପ୍ରକାଶ କରିଛନ୍ତି । ଏହାପୂର୍ବରୁ ଏହି କମ୍ପାନୀ ପ୍ରସ୍ତୁତ ‘ସିଟି ଅଫ୍ ଡ୍ରିମ୍’ ଓ ‘ସ୍କାମ୍ ୧୯୯୨’ େୱବସିରିଜ ଓଟିଟି ପ୍ଲାଟଫର୍ମରେ ପ୍ରସାରିତ କରିସାରିଛି । ଏବେ ଏହାର ଦ୍ୱିତୀୟ ସିଜିନ୍ ଚାଲୁଛି ।
୧୯୬୭ ମସିହାରେ ଅନନ୍ତ ପାଇଙ୍କ ଦ୍ୱାରା ରଚିତ ଏହି କମିକ୍ ବୁକ୍ଟି ୨୦ଟି ଭାଷା ଛପା ଯାଇଥିଲା । ଏହାସହ ଏହି ବୁକ୍ର ୧.୫ ମିଲିଅନ୍ ଖଣ୍ଡ ବହି ବିକ୍ରି ହୋଇସାରିଛି ।
Comments are closed.