ଅଭିନୟ ସାଉଁଟୁଛି ପ୍ରଶଂସା

0

ନିକଟରେ ରିଲିଜ ହୋଇଥିବା ଫିଲ୍ମରେ ନିତ୍ୟା ମେନନ ନିଜର ଅଭିନୟ ପାଇଁ ଖୁବ ଚର୍ଚ୍ଚାରେ ଅଛନ୍ତି । ଫିଲ୍ମଟି ଦର୍ଶକଙ୍କୁ ଏତେ ଆକୃଷ୍ଟ କରିପାରି ନଥିଲେ ବି ନିତ୍ୟାଙ୍କର ଅଭିନୟ ସମସ୍ତଙ୍କୁ ଭଲ ଲାଗିଛି, ଯାହାର ପ୍ରଶଂସା ସୋସିଆଲ ମିଡିଆରେ କରାଯାଉଥିବା ଦେଖିବାକୁ ମିଳିଛି ।

ନିକଟରେ ରିଲିଜ ହୋଇଛି ଫିଲ୍ମ ଥାଲାଇଭାନ୍ ଥାଲାଇଭି, ଯେଉଁଥିରେ ଦର୍ଶକ ବିଜୟ ସେଥୁପଥି ଓ ନିତ୍ୟା ମେନନ୍ଙ୍କୁ ଏକାଠି ଦେଖିଛନ୍ତି । ତେବେ ଏହି ଦୁଇଜଣଙ୍କ କେମେଷ୍ଟ୍ରୀ ଫିଲ୍ମକୁ ହିଟ୍ କରାଇବାରେ ସଫଳ ହୋଇପାରିନାହିଁ ବୋଲି ଆଲୋଚନା ଜାରି ରହିଛି । ଫିଲ୍ମଟି ଏକ ରୋମାଣ୍ଟିକ ଆକସନ୍ କମେଡି ଡ୍ରାମା । ଫିଲ୍ମର କାହାଣୀ ଦୁର୍ବଳ ଥିଲା ଯାହାକୁ ମେକର୍ସ ଏହି ଯୋଡିର କେମେଷ୍ଟ୍ରୀ ଉପରେ ଭରସା କରି ରିଲିଜ୍ କରିଥିଲେ । ହେଲେ ଏହା ହୋଇପାରିଲା ନାହିଁ ବୋଲି ସମୀକ୍ଷକ ମତ ଦେଇଛନ୍ତି । ଫିଲ୍ମ ଭଲ ନହେଲେ ମଧ୍ୟ ନିତ୍ୟା ମେନନ ନିଜ ଅଭିନୟ ପାଇଁ ଖୁବ ଚର୍ଚ୍ଚା ସାଉଁଟୁଥିବା ଦେଖିବାକୁ ମିଳୁଛି । ୧୯୯୦ରେ ଜନ୍ମିତ ନିତ୍ୟା ଖୁବ କମ ଦିନରେ ଅନେକ ଫିଲ୍ମରେ ଅଭିନୟ କରି ନିଜ ପାଇଁ ଇଣ୍ଡଷ୍ଟ୍ରୀର ଏକ ସ୍ବତନ୍ତ୍ରସ୍ଥାନ ତିଆରି କରିବାରେ ସକ୍ଷମ ହୋଇ ପାରିଛନ୍ତି । ବର୍ତ୍ତମାନସୁଦ୍ଧା କ୍ୟାରିୟରରେ ପାଖାପାଖି ୬୧ଟି ଫିଲ୍ମରେ ସେ ଅଭିନୟ କରି ସାରିଛନ୍ତି । ତାଙ୍କ ନିଖୁଣ ଅଭିନୟ ପାଇଁ ଉଭୟ ବଲିଉଡ ଓ ସାଉଥ ସବୁସ୍ଥାନରେ ସେ ପ୍ରଶଂସା ସାଉଁଟିଥାଆନ୍ତି । ସାମ୍ବାଦିକ ଗଣଯୋଗାଯୋଗରେ ପଟା ପଢିବା ପରେ ସେ ଏହି ପ୍ରଫେସନକୁ ନିଜ କ୍ୟାରିୟର ଭାବେ ଚୟନ କରିଥିଲେ । ତେବେ ପିଲାବେଳୁ ପାଇଲଟ ହେବା ପାଇଁ ଖୁବ ଆଗ୍ରହ ଥିଲା, ହେଲେ ଏପରି ହୋଇପାରିଲା ନାହିଁ । ସମୟ ଅନୁସାରେ ତାଙ୍କର ଆଗ୍ରହ ମଧ୍ୟ ବଦଳିଥିଲା ଏବଂ ସେ ଅଭିନୟକୁ ନିଜ କ୍ୟାରିୟର ଭାବେ ଚୟନ କରିଥିଲେ । ନିତ୍ୟାଙ୍କୁ ଏକାଧୀକ ଭାଷାର ଫିଲ୍ମରେ ଦେଖିବାକୁ ମିଳିଛି । କେବଳ ଅଭିନୟ ନୁହେଁ ବାସ୍ତବ ଜୀବନରେ ମଧ୍ୟ ନିତ୍ୟା ଅନେକ ଭାଷା ଅର୍ଥାତ ୬ଟି ଭାଷାରେ କଥା ହୋଇପାରନ୍ତି । ପିଲାଦିନୁ ଶିଶୁ କଳାକାର ଭାବେ ସେ ନିଜର ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ । ମାତ୍ର ୮ବର୍ଷରେ ସେ ଫିଲ୍ମ ହନୁମାନରେ ସେ ଶିଶୁ କଳାକାର ଭାବେ ଅଭିନୟ ଆରମ୍ଭ କରିଥିଲେ । ଏହାପରେ ୨୦୦୬ରେ ମାତ୍ର ୧୬ ବର୍ଷରେ ସେ ବଡପରଦାରେ ପାଦ ରଖିଥିଲେ । ତାଙ୍କୁ କାନାଡା ଫିଲ୍ମ ସେଭେନ ଓ କ୍ଲକ୍ ରେ ଦେଖିବାକୁ ମିଳିଥିଲା । ଏହାପରେ ଆଉ ପଛକୁ ଫେରି ନାହାନ୍ତି ନିତ୍ୟା, ଗୋଟିଏ ପରେ ଗୋଟିଏ ଫିଲ୍ମ ସେ ଦର୍ଶକଙ୍କୁ ଭେଟି ଦେଇଥିଲେ । ୨୦୧୧ରୁ ୨୦୧୪ ଭିତରେ ସଫଳତାର ଏକ ନୂଆ ସ୍ବାଦ ଚାଖିଥିଲେ ନିତ୍ୟା । ଏହି ସମୟ.ରେ ସେ ଏକ ଭିନ୍ନ ଷ୍ଟାରଡମ ଦେଖିଥିଲେ । ତାଙ୍କର ଅନେକ ଫିଲ୍ମ ଏହି ସମୟରେ ହିଟ୍ ହେବା ସହିତ ତାଙ୍କୁ ଜଣେ ଆଗ ଧାଡିର ନାୟିକା ସଜାଇଥିଲା ।

Govt
Leave A Reply

Your email address will not be published.