ବଲିଉଡର ଜଣେ ଆଗଧାଡିର ନାୟିକା ଭାବେ କାଜୋଲଙ୍କର ରହିଛି ଅନେକ କ୍ଷାତି । ବିଗତ ଦୁଇ ଦଶନ୍ଧି ଧରି ସେ ବିଟାଉନରେ ରାଜ କରି ଆସୁଛନ୍ତି । ଆଜି ମଧ୍ୟ ତାଙ୍କୁ ବଡ ପରଦାରେ ଦେଖିବାକୁ ଦର୍ଶକଙ୍କ ଭିଡ ଯମୁଛି । ତେବେ ନିଜ ଅଭିନୟର ଯାଦୁରେ ସମସ୍ତଙ୍କୁ ବାନ୍ଧି ରଖିପାରୁଥିବା କାଜୋଲ କିନ୍ତୁ ଫିଲ୍ମ ଲାଇନ୍କୁ ଆସିବାକୁ କେବେ ବି ଚାହୁଁ ନଥିବା ନିକଟରେ ପ୍ରକାଶ କରିଛନ୍ତି । ତାଙ୍କ ଆଈ ଓ ମାଆ ଫିଲ୍ମ ଦୁନିଆର ବରିଷ୍ଠ ଅଭିନେତ୍ରୀ ଥିଲେ ମଧ୍ୟ ସେ ଏହି ଲାଇନ୍କୁ ଆସିବାକୁ ଯୋଜନା କରି ନଥିଲେ । ହେଲେ ତାଙ୍କ ମାଆ ଚାହୁଁଥିଲେ କାଜୋଲ ଏହି ଲାଇନ୍ରେ ଆସନ୍ତୁ । ଏହାପରେ ସେ ନିଜର ପ୍ରଥମ ଫିଲ୍ମ ବେଖୁଦି ସାଇନ କରିଥିଲେ । ଫିଲ୍ମଟି ଫ୍ଲପ ହେଲେ ମଧ୍ୟ ତାଙ୍କର ଅଭିନୟକୁ ଦର୍ଶକ ଖୁବ ଭଲ ପାଇଥିଲେ । ଏହାପରେ ଧୀରେଧୀରେ ତାଙ୍କର ଅଭିନୟରେ ମନ ଲାଗିଥିଲା ଏବଂ ସେ ଫିଲ୍ମ କରିବା ଆରମ୍ଭ କରିଥିଲେ । ଏହାପରେ କାଜୋଲଙ୍କ ଅଭିନୟକୁ ସମସ୍ତେ ଖୁବ ପସନ୍ଦ କରିଥିଲେ, ଯାହା ତାଙ୍କୁ ବିଟାଉନ୍ରେ ଦେଇଥିଲା ଏକ ଭିନ୍ନ ପରିଚୟ ।