ଦିନଥିଲା ବଲିଉଡର ସବୁଠାରୁ ଏଲିଗେଣ୍ଟ ଅଭିନେତ୍ରୀ ଭାବେ ତାଙ୍କର ଥିଲା ପରିଚୟ । ହେଲେ ଏବେ ତାଙ୍କୁ ମିଳିଛି ନୂଆ ଏକ ପରିଚୟ । ଭାରତୀୟ ଆର୍ମ ରେସଲିଂର ବର୍ତ୍ତମାନ ସେ ସାଜିଛନ୍ତି ନୂଆ ଚେହେରା । ପିପୁଲ୍ସ ଆର୍ମ ରେସଲିଂ ଫେଡରେସନ ଅଫ ଇଣ୍ଡିଆର ପ୍ରେସିଡେଣ୍ଟ ଏବଂ ଏସିଆନ ଆର୍ମ ରେସଲିଂ ଫେଡରେସନର ପ୍ରଥମ ମହିଳା ଭାଇସ ପ୍ରେସିଡେଣ୍ଟ ଭାବେ ସେ ଇତିହାସ ରଚିଛନ୍ତି । ତାଙ୍କର ସବୁବେଳେ ଇଚ୍ଛା ଥିଲା ପrା ଲଢେଇକୁ ଆଗକୁ ନେବାକୁ । ଏହି ଖେଳକୁ ଆନ୍ତର୍ଜାତୀୟ ସ୍ତରରେ ସଫଳତା ଦେବାପାଇଁ ପ୍ରିତି କାର୍ଯ୍ୟ କରୁଛନ୍ତି । ପ୍ରିତିଙ୍କର ଏହି ନୂଆ ଅବତାରକୁ ତାଙ୍କ ଫ୍ୟାନମାନେ ଖୁବ ଭଲପାଇବା ଦେବାରେ ଲାଗିଛନ୍ତି । ପ୍ରିତି ଭାରତରେ ଖେଳାଯାଉଥିବା ପାରମ୍ପରିକ ଖେଳକୁ ଖୁବ ଭଲପାଇବା ଦେଇଥାଆନ୍ତି । ସେହିଭଳି ଏକ ଖେଳ ହେଉଛି ପrା ଖେଳ ଯାହା ବିଲୁପ୍ତ ହେଉଛି । ତେଣୁ ପ୍ରିତିଙ୍କର ବର୍ତ୍ତମାନ ଫୋକସ ରହିଛି କିଭଳି ଏହି ଖେଳକୁ ଲୋକଲୋଚନକୁ ଆଣିବା ସହିତ ଏହାକୁ ଏକ ନୂଆ ପରିଚୟ ପ୍ରଦାନ କରିବା ।
