ଅନ୍ତର୍ଜାତୀୟ ମହିଳା ଦିବସ ପାଳନ ଅବସରେ “ସୁଷମା ସ୍ୱରାଜ ଆୱାର୍ଡ-୨୦୨୩” ପ୍ରଦାନ

ଭୁବନେଶ୍ୱର,୧୬/୩;ଭୁବନେଶ୍ୱର ବିଜେପି ଜିଲ୍ଲା ମହିଳା ମୋର୍ଚ୍ଚା ପକ୍ଷରୁ ଭୁବନେଶ୍ୱର (ମଧ୍ୟ) କାର୍ଯ୍ୟାଳୟରେ ଅନ୍ତର୍ଜାତୀୟ ମହିଳା ଦିବସ ସପ୍ତାହ ପାଳନ ଅବସରରେ ଜିଲ୍ଲା ସଭାନେତ୍ରୀ ମନ୍ଦାକିନୀ ପାତ୍ରଙ୍କ ଅଧ୍ୟକ୍ଷତାରେ ରାଜ୍ୟ ସଭାନେତ୍ରୀ ସ୍ମୃତି ପଟ୍ଟନାୟକଙ୍କ ଉପସ୍ଥିତିରେ ସମାଜର ବିଭିନ୍ନ ସାମାଜିକ କ୍ଷେତ୍ରରେ କାର୍ଯ୍ୟରତ ସୁଦକ୍ଷ ମହିଳାମାନଙ୍କୁ “ସୁଷମା ସ୍ୱରାଜ ଆୱାର୍ଡ” ରେ ସମ୍ମାନିତ କରାଯାଇଛି l

ଏଥିରେ ଭୁବନେଶ୍ୱର “ସତ୍ୟନଗର ଲେଡ଼ିଜ ଫୋରମ” ର ସମ୍ପାଦିକା ଶ୍ରୀମତୀ ଅନୁରାଧା ଦାଶ, “ଆଚାର୍ଯ୍ୟ ବିହାର ମହିଳା ସମିତି” ର ସମ୍ପାଦିକା ଶ୍ରୀମତୀ ବବିତା ମହାନ୍ତି ଏବଂ “ନୃତ୍ୟାଶା” ଅନୁଷ୍ଠାନର ସମ୍ପାଦିକା ଶ୍ରୀମତୀ ପ୍ରିୟଦର୍ଶିନୀ ପ୍ରଧାନ ପ୍ରମୁଖ ସମ୍ମାନିତ ହୋଇଛନ୍ତି l
ଏହି ଅବସରରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ, ବିଜେପି କର୍ପୋରେଟର ଧରିତ୍ରୀ ଜେନା, ଗୀତାଞ୍ଜଳୀ ସାହୁ,ମହିଳା ମୋର୍ଚ୍ଚା ଉପ ସଭାନେତ୍ରୀ କାନନବାଳା ପଟ୍ଟନାୟକ, କସ୍ତୁରୀ ମିଶ୍ର, ବରିଷ୍ଠ ନେତ୍ରୀ ପ୍ରତିଭା ଶତଫଥୀ, ଜିଲ୍ଲା ମହିଳା ମୋର୍ଚ୍ଚା ସମ୍ପାଦିକା ଲିପା ଦାସ, ଜ୍ଵତିରେଖା ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

Govt

Comments are closed.