ନୂଆଦିଲ୍ଲୀ : ଜୁଲାଇ ୧୨: ବଲିଉଡ୍ ଷ୍ଟାର୍ ଅମିତାଭ ବଚ୍ଚନ ଓ ତାଙ୍କ ପୁଅ ଅଭିଷେକଙ୍କୁ କରୋନା ପରେ ଏବେ ପୁଣି ଜଣେ ବଲିଉଡ୍ ଷ୍ଟାରଙ୍କ ପରିବାରରେ ପସିଛି କରୋନା । ଅଭିନେତା ଅନୁପମ୍ ଖେରଙ୍କ ମାଆଙ୍କୁ କରୋନା ହୋଇଥିବା ନିଜେ ଅନୁପମ୍ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ଏଥିସହିତ ଅନୁପମଙ୍କ ଭାଇ, ଭାଉଜ ଓ ଝିଆରୀଙ୍କୁ ବି କରୋନା ପିଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଅନୁପମଙ୍କ ରିପୋର୍ଟ କି;ୁ ନେଗେଟିଭ ଆସିଛି । ଅନୁପମଙ୍କ ମାଆଙ୍କ କରୋନା ରିପୋର୍ଟ ପଜିଟିଭ୍ ଆସିବା ପରେ ତାଙ୍କୁ ମୁମ୍ବାଇର କୋକିଲାବେନ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

Comments are closed.