ଭୁବନେଶ୍ୱର : ଜୁନ ୦୧:ଅଗ୍ନିଶମ ଡିଜି ଭାବେ ଅତିରିକ୍ତ ଦାୟିତ୍ୱ ନେଇଛନ୍ତି ବରିଷ୍ଠ ଆଇପିଏସ୍ ସତ୍ୟଜିତ ମହାନ୍ତି । ଗୁଇନ୍ଦା ବିଭାଗର ସ୍ପେଶାଲ ଡିଜି ଦାୟିତ୍ୱରେ ମଧ୍ୟ ଶ୍ରୀ ମହାନ୍ତି ରହିଛନ୍ତି । ଗତ ଶନିବାର ଦିନ ରାଜ୍ୟ ସରକାର ବରିଷ୍ଠ ଆଇପିଏସ ସ୍ତରରେ ଅଦଳ ବଦଳ କରିଥିଲେ ଓ ଏହି ପରିପ୍ରେକ୍ଷୀରେ ଶ୍ରୀ ମହାନ୍ତିଙ୍କୁ ପୂର୍ବ ଦାୟିତ୍ୱ ସହ ଅଗ୍ନିଶମ ବିଭାଗର ଡିଜି ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ସେ ହୋମଗାର୍ଡ ଆଣ୍ଡ ଡାଇରେକଟର ସିଭିଲ୍ ଡିଫେନ୍ସର କମାଣ୍ଡାଣ୍ଟ ଜେନେରାଲ୍ ଭାବେ ମଧ୍ୟ ଅତିରିକ୍ତ ଦାୟିତ୍ୱ ବହନ କରିବେ ।

Comments are closed.