ଶାହରୁଖ ଖାନଙ୍କର ଗୋଟିଏ ଅନ୍ୟ ନାଁ ତାଙ୍କ ଫ୍ୟାନମାନେ ଦେଇଛନ୍ତି, ଯାହା ହେଲା କିଙ୍ଗ ଖାନ୍ । ଯାହା ତାଙ୍କୁ ପରିଣତ କରିଛି ବଲିଉଡର ସୁପର ଷ୍ଟାର । ବଲିଉଡରୁ ଆରମ୍ଭ କରି ହଲିଉଡ ସବୁ ଯାଗାରେ ସେ ପରିଚିତ । ଦେଶ ବାହାରେ ସବୁବେଳେ ସେ ବଲିଉଡକୁ ଜଣେ ସୁପରଷ୍ଟାର ଭାବେ ରିପ୍ରେଜେଣ୍ଟ କରିଥାଆନ୍ତି । ୧୯୬୫ରେ ଜନ୍ମିତ ଶାହରୁଖ ଖାନ ନିଜର ଅଭିନୟ ବଳରେ ଆଜି ଏତେ ବାଟରେ ପହଞ୍ଚି ପାରିଛନ୍ତି । କେହି ଗଡ୍ ଫାଦର ନଥିବାବେଳେ ବଲିଉଡରେ ପ୍ରଥମରୁ ଅନେକ ସଙ୍ଘର୍ଷ କରିଛନ୍ତି କିଙ୍ଗ୍ ଖାନ । ଟେଲିଭିଜନରୁ ନିଜର କ୍ୟାରିୟର ଆରମ୍ଭ କରିଥିବା କିଙ୍ଗଖାନ ବର୍ତ୍ତମାନ ବଲିଉଡ ମୁଭି ଇଣ୍ଡଷ୍ଟ୍ରିର ବାଦଶାହା । ଦୀର୍ଘ ଦଶନ୍ଧିଧରି ବଲିଉଡକୁ ସାରା ବିଶ୍ୱରେ ରିପ୍ରେଜେଣ୍ଟ କରିଆସୁଛନ୍ତି ଶାହରୁଖ ଖାନ । ତାଙ୍କ ସିନେମାର କ୍ରେଜ ସବୁ ଯାଗାରେ ଦେଖିବାକୁ ମିଳିଥାଏ । ତାଙ୍କର କ୍ୟାରିୟର ୧୯୮୮ ମସିହାରେ ଦିଲ୍ ଦରିୟା ଟିଭି ସିରିଜରୁ ଆରମ୍ଭ ହୋଇଥିଲା, ହେଲେ ଏହି ସିରିଜ୍ଟି ଅନଏୟାର ହୋଇପାରିନଥିଲା । ତେଣୁ ୧୯୮୯ରେ ଫୌଜି ତାଙ୍କର ପ୍ରଥମ ଡେବ୍ୟୁ ସିରିଜ ଭାବେ ପରିଗଣିତ ହୋଇଥାଏ । ଏହାଛଡା ଅନେକ ଟିଭି ସିରିଜରେ ତାଙ୍କୁ ଦେଖିବାକୁ ମିଳିଛି । ତେବେ ନିଜକୁ ପ୍ରଥମରୁ ଫିଲ୍ମ ପାଇଁ ଯୋଗ୍ୟ ଭାବୁନଥିଲେ, ତେଣୁ ଫିଲ୍ମ କରିବା ପାଇଁ ତାଙ୍କର ଆଗ୍ରହ ମଧ୍ୟ ନଥିଲା । ହେଲେ ୧୯୯୧ରେ ନିଜ ମାଆଙ୍କୁ ହରାଇବା ପରେ ସେ ମୁମ୍ବାଇ ଆସିଥିଲେ ନିଜର ଭାଗ୍ୟ ପରୀକ୍ଷା କରିବାକୁ । ତେବେ ୧୯୯୨ରେ ନିଜର ଡେବ୍ୟୁ ଫିଲ୍ମ ଦିୱାନାରେ ସେକେଣ୍ଡ ଲିଡ୍ରେ ନଜର ଆସିଥିଲେ କିଙ୍ଗ ଖାନ୍ । ସେକେଣ୍ଡ ଲିଡ୍ରୁ ଆରମ୍ଭ କରିଥିବା କ୍ୟାରିୟର ଆଜି ପହଞ୍ଚିଛି ବଲିଉଡର ସୁପରଷ୍ଟାର ହେବାରେ । ତାଙ୍କୁ ତାଙ୍କ ଫିଲ୍ମରେ ଅନେକ ଚରିତ୍ରରେ ଦେଖିବାକୁ ମିଳିଥାଏ । କେବଳ ରୋମାଣ୍ଟିକ ହିରୋ ନୁହେଁ କିଛି ଫିଲ୍ମରେ ସେ ଆଣ୍ଟିହିରୋ କ୍ୟାରେକଫର ଜରିଆରେ ନିଜର ଭର୍ସାଟାଇଲ ଅଭିନୟର ପରିଚୟ ପ୍ରଦାନ କରିଛନ୍ତି । ତାଙ୍କ ସିନେମା ତାଲିକାରେ ରହିଛି ଅନେକ ସିନେମା, ଯାହା ତାଙ୍କୁ ବଲିଉଡର ସୁପରଷ୍ଟାର ଭାବେ ପରିଚୟ ଦେଇଥାଏ । ତେବେ ନିକଟରେ ରିଲିଜ ହୋଇଥିବା ପଠାନ ତାଙ୍କୁ ଦେଇଛି ଏକ ଭିନ୍ନ ପରିଚୟ । ବିଗତ କିଛି ଦିନ ଧରି ତାଙ୍କର ଅନେକ ଫିଲ୍ମ ଫ୍ଲପ୍ ହୋଇଥିଲା । ଏହାପରେ ୨୦୨୩ ବା ଚଳିତ ବର୍ଷ ଆସେ ତାଙ୍କ ଫିଲ୍ମ ପଠାନ । ଯାହାକୁ ନେଇ ଦେଖାଦିଏ ଅନେକ ବିବାଦ । ଫିଲ୍ମ ରିଲିଜ ପୂର୍ବରୁ ଦେଖିବାକୁ ମିଳେ ବୟକଟ୍ର ଧାରା । ପଠାନର ଏକ ଗୀତକୁ ନେଇ ଦେଖାଦିଏ ବିବାଦ । ତେବେ ଏତେ ସବୁ ବିବାଦ ମଧ୍ୟରେ ସବୁ ରେକର୍ଡ ଭାଙ୍ଗେ ପଠାନ ଫିଲ । ଯାହା ପ୍ରମାଣିତ କରେ ଏବେ ମଧ୍ୟ ବଲିଉଡରେ ଶାହରୁଖଙ୍କ କ୍ରେଜ ରହିଛି । ଏବେ ମଧ୍ୟ ତାଙ୍କୁ ଫ୍ୟାନ୍ଙ୍କ ମଧ୍ୟରେ ତାଙ୍କ ଅଭିନୟ ଉପରେ ବିଶ୍ୱାସ ରହିଛି । ୨୨୫ କୋଟି ବଜେଟରେ ନିର୍ମାଣ ହୋଇଥିବା ଏହି ଫିଲ୍ମ ରୋଜଗାର କରେ ୧,୦୫୦.୩ କୋଟି । ଯାହା ଶାହରୁଖଙ୍କ ଷ୍ଟାରଡମର ଏକ ପରିଚୟ । ତେବେ ପଠାନ ପରେ ଆଗକୁ କିଙ୍ଗଖାନଙ୍କର ଅନେକ ପ୍ରୋଜେକଫ ଲାଇନରେ ରହିଛି । ଆଗକୁ ତାଙ୍କର ଜୱାନ, ଡଙ୍କୀ ଭଳି ପ୍ରୋଜେକ୍ଟ ଆସିବାକୁ ଯାଉଛି । ଯାହାକୁ ନେଇ ଦର୍ଶକଙ୍କ ଭିତରେ ଏବେଠୁ ଆଗ୍ରହ ଦେଖିବାକୁ ମିଳିଛି ।
Comments are closed.