ଆଜି ଉଠୁଛି ୟେସ ବ୍ୟାଙ୍କ ଉପରେ RBIର କଟକଣା

ସମୟ ଲାଇଭ,୧୮/୨: ୟେସ ବ୍ୟାଙ୍କରୁ RBI କଟକଣା ଆଜି ସନ୍ଧ୍ୟାରେ ଉଠିବ। ତେବେ ୟେସ ବ୍ୟାଙ୍କରେ ଥିବା ଶ୍ରୀମନ୍ଦିରର ସମସ୍ତ ଟଙ୍କା ଆସନ୍ତାକାଲି ଉଠାଯିବ। ଶ୍ରୀମନ୍ଦିର ର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା ସୂଚନା ଦେଇଛନ୍ତି। 545 କୋଟି ଟଙ୍କା ଉଠା ଯିବ। ଏ ନେଇ ୟେସ ବ୍ୟାଙ୍କ ସହିତ ଆଲୋଚନା ସରିବା ସହ ସମସ୍ତ ପ୍ରକ୍ରିୟା ସରିଛି। ଟଙ୍କା ଉଠା ଯିବା ପରେ ରାଜ୍ୟ ସରକାର ଙ୍କ ନିର୍ଦ୍ଦେଶ ଓ ଶ୍ରୀମନ୍ଦିର ପରିଚାଳନା କମିଟି ନିଷ୍ପତ୍ତି ଅନୁଯାୟୀ ଏକ ଜାତୀୟ କରଣ ବ୍ୟାଙ୍କ ସମସ୍ତ ଟଙ୍କା ରଖାଯିବ।

Comments are closed.