ବିଶ୍ୱ ଶିକ୍ଷକ ଦିବସର ଅନୁଚିନ୍ତା

ଅକେଫାବର ୦୫ ତାରିଖ ବିଶ୍ୱ ଶିକ୍ଷକ ଦିବସ ଉପଲକ୍ଷେ

ଶିକ୍ଷା ବ୍ୟବସ୍ଥାର ମୁଖ୍ୟ ବିନ୍ଧାଣି ହେଉଛନ୍ତି ଶିକ୍ଷକ । ଏଣୁ ଶିକ୍ଷକମାନଙ୍କୁ କୁହାଯାଇଥାଏ ମଣିଷ ତିଆରି କାରଖାନାର କାରିଗର ଏବଂ ବିଦ୍ୟାଳୟକୁ କୁହାଯାଇଥାଏ ମଣିଷ ତିଆରି କାରଖାନା । ତେଣୁ ବିଶ୍ୱର ପ୍ରତ୍ୟେକ ଦେଶ ନିଜ ନିଜର ଶିକ୍ଷକ ବା ସମାଜ ନିର୍ମାତାମାନଙ୍କୁ ସମ୍ମାନ ଦେବା ଉଦ୍ଦେଶ୍ୟରେ ଭିନ୍ନ ଭିନ୍ନ ଦିନରେ ଗୁରୁ ଦିବସ ପାଳନ କରିଥାନ୍ତି । ଉଦ୍ଦେଶ୍ୟ ହେଲା, ରାଷ୍ଟ୍ରଗଠନରେ ଶିକ୍ଷକମାନଙ୍କର ଗୁରୁତ୍ୱପୂର୍ଣ୍ଣ ଅବଦାନକୁ ସ୍ୱୀକାର କରିବା । ଏହି କଥାକୁ ହୃଦୟଙ୍ଗମ କରି ‘ୟୁନେସ୍କୋ’ ତରଫରୁ ୧୯୯୪ ମସିହା ଠାରୁ ଅକେଫାବର ୫ ତାରିଖକୁ ବିଶ୍ୱ ଶିକ୍ଷକ ଦିବସ ରୂପେ ପାଳନ କରାଯାଇଆସୁଛି । ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ୟୁନେସ୍କୋ ତରଫରୁ ବିଶ୍ୱ ଶିକ୍ଷକ ଦିବସ ପାଇଁ ବିଷୟ ବସ୍ତୁ ରହିଛି- ‘ଶିକ୍ଷା ପୁନରୁଦ୍ଧାରର ମୂଳ ଶିକ୍ଷକ’ । ସମ୍ପ୍ରତି ବିଶ୍ୱ ମହାମାରୀ ଭଳି ଏକ ପ୍ରମୁଖ ସଙ୍କଟ ଦେଇ ଗତି କରୁଥିବା ବେଳେ ଏହି ବିଷୟ ବହୁତ ଉପଯୁକ୍ତ । ମହାମାରୀ ମଧ୍ୟରେ ଶିକ୍ଷକମାନେ ଶିକ୍ଷା ପୁନରୁଦ୍ଧାରର ମୂଳରେ ଅଛନ୍ତି ।
ସବୁଦେଶରେ ଶିକ୍ଷକ ବା ଗୁରୁ ପୂଜନୀୟ । ବିଶ୍ୱର ବିଭିନ୍ନ ଦେଶ ଭିନ୍ନ ଭିନ୍ନ ଦିବସରେ ବା ତାରିଖରେ ମହାନ୍‌ ଶିକ୍ଷକଙ୍କ ସ୍ମୃତିରେ ପାଳନ କରନ୍ତି ଶିକ୍ଷକ ଦିବସ ବା ଗୁରୁଦିବସ । ଆର୍ଜେଣ୍ଟିନାରେ ସେପେଫମ୍ବର ୧୧ ତାରିଖରେ ମହାନ୍‌ ଶିକ୍ଷକ ଡୋମିଙ୍ଗୋ ଫଷ୍ଟିନୋ ସାର୍ମିଏଣ୍ଟୋଙ୍କ ସ୍ମୃତିରେ ପାଳିତ ହୁଏ ଏହି ଦିବସ । ଅକେଫାବର ମାସ ଶେଷ ଶୁକ୍ରବାରରେ ଅଷ୍ଟ୍ରେଲିଆରେ ପାଳିତ ହୁଏ ଶିକ୍ଷକ ଦିବସ । ଜନସଚେତନତା ଓ ବୁଝାମଣା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିମନ୍ତେ ଶିକ୍ଷକମାନଙ୍କୁ ସ୍ୱତନ୍ତ୍ର ପୁରସ୍କାର ଦିଆଯାଏ । ବ୍ରୁନେଇର ୨୮ତମ ଶାସକ ସୁଲତାନ ଓମାର୍‌ ଅଲ୍ଲୀ ସୈଫୁଦ୍ଦିନ୍‌ ତୃତୀୟଙ୍କୁ ଆଧୁନିକ ବ୍ରୁନେଇର ନିର୍ମାଣକର୍ତ୍ତା ଭାବେ ବିବେଚନା କରାଯାଏ । ସେ ନିଜ ପ୍ରଜାମାନଙ୍କ ପାଇଁ ଶିକ୍ଷାର ମହତ୍ତ୍ୱ ବୁଝିଥିଲେ । ତାଙ୍କ ଜନ୍ମଦିନ ସେପେଫମ୍ବର ୨୩ ତାରିଖକୁ ପାଳନ କରାଯାଏ ଶିକ୍ଷକ ଦିବସ ଭାବରେ । ଭୁଟାନରେ ତୃତୀୟ ରାଜା ଜିଗ୍‌ମେ ଦୋଗ୍‌ବି ୱାନcୁକ୍‌ ଦେଶରେ ଆଧୁନିକ ଶିକ୍ଷା ବ୍ୟବସ୍ଥା ଆରମ୍ଭ କରିଥିଲେ । ତାଙ୍କ ଜନ୍ମଦିନକୁ ଦେଶବାସୀ ପାଳନ କରନ୍ତି ଶିକ୍ଷକ ଦିବସ ଭାବରେ । ବ୍ରାଜିଲ୍‌ରେ ଅକ୍‌ଟୋବର ୧୫ ତାରିଖରେ ପ୍ରାଥମିକ ସ୍କୁଲଗୁଡିକ ଅଦାଲତରେ ଏକ ମାମଲାରେ ଜୟଯୁକ୍ତ ହୋଇଥିଲେ । ସେବେଠାରୁ ଏହି ଦିନକୁ ଶିକ୍ଷକ ଦିବସ ରୂପେ ପାଳନ କରାଯାଉଛି । ଏଥି ସହିତ ଆମେରିକାରେ ମଇ ମାସର ପ୍ରଥମ ସପ୍ତାହ (ବୁଧବାର) ଦିନକୁ ପାଳନ କରାଯାଏ ‘ନ୍ୟାସନାଲ୍‌ ଟିଚର୍ସ ଡେ’ ।
ସେହିପରି କେତେକ ଦେଶ ଅକ୍‌ଟୋବର ୫ ତାରିଖକୁ ମଧ୍ୟ ‘ବିଶ୍ୱ ଶିକ୍ଷକ ଦିବସ’ ସହ ନିଜ ଦେଶର ଶିକ୍ଷକ ଦିବସ ପାଳନ କରିଥାନ୍ତି । ସେହି ଦେଶଗୁଡିକ ମଧ୍ୟରେ ରହିଛି ଋଷିଆ, ଫିଲିପାଇନ୍ସ, ପାକିସ୍ଥାନ, ଆଜାରବୈଜାନ ପ୍ରଭୃତି ଦେଶ । ପୁନଶ୍ଚ ଇରାନରେ ମେ’ ୨ ତାରିଖ, ଇରାକରେ ମାର୍ଚ୍ଚ ୧ ତାରିଖ, ଜୋଡାନ୍‌ରେ ଫେବୃଆରୀ ୨୮ ତାରିଖ, ମାଲେସିଆରେ ମେ ୧୫ ତାରିଖ ଓ ଲିବିୟାରେ ଫେବୃଆରୀ ୨୮ ତାରିଖକୁ ଶିକ୍ଷକ ଦିବସ ରୂପେ ପାଳନ କରାଯାଇଥାଏ । ଆମ ଦେଶରେ ଗୁରୁପୂଜନର ପରମ୍ପରା ହେଉଛି ଅତି ପ୍ରାଚୀନ । ଏହି ଗୁରୁମାନଙ୍କ ଉଦ୍ଦେଶ୍ୟରେ ପ୍ରତିବର୍ଷ ପାଳନ କରାଯାଏ ଗୁରୁପୂର୍ଣ୍ଣିମା । ଏହିଦିନ ବେଦବ୍ୟାସ ଜନ୍ମଗ୍ରହଣ କରିଥିଲେ । ସେହିପରି ଭାରତରେ ପ୍ରତିବର୍ଷ ସେପେଫମ୍ବର ୫ ତାରିଖ ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମ ଦିନକୁ ଗୁରୁଦିବସ ଭାବେ ପାଳନ କରାଯାଏ । ୧୯୬୨ ମସିହାରୁ ଏହା ପାଳନ କରାଯାଉଛି । ସେହିପରି ପ୍ରାଚୀନ ଭାରତବର୍ଷରେ ମହାନ୍‌ ଶିକ୍ଷକମାନଙ୍କ ମଧ୍ୟରେ ଚାଣକ୍ୟ, ଆର୍ଯ୍ୟଭଟ୍ଟ, ସାବିତ୍ରୀ ବାଈ ଫୁଲେ, ରବୀନ୍ଦ୍ରନାଥ ଟାଗୋର, ପୂର୍ବତନ ରାଷ୍ଟ୍ରପତି ସର୍ବପଲ୍ଲୀ ରାଧାକ୍ରିଷ୍ଣନ , ପୂର୍ବତନ ରାଷ୍ଟ୍ରପତି ଅବଦୁଲ କଲାମ, ପ୍ରେମଚାନ୍ଦ ଓ ଆହୁରି ଅନେକ ସ୍ୱତନ୍ତ୍ର ସମ୍ମାନର ଅଧିକାରୀ ।
ଏକ ଆକଳନ ଅନୁଯାୟୀ ସମ୍ପ୍ରତି ଶିକ୍ଷକ ମାନଙ୍କର ଅଭାବ ଏକ ବଡ ସମସ୍ୟା ରୂପେ ଦେଖାଦେଇଛି । ସାର ବିଶ୍ୱରେ ବିଦ୍ୟାଳୟ ବାହାରେ ଥିବା ୨୬୪ ନିୟୁତ ପିଲାଙ୍କ ପାଇଁ ପ୍ରାୟ ୬୯ ନିୟୁତ ଶିକ୍ଷକଙ୍କ ଆବଶ୍ୟକତା ରହିଛି । ଖାଲି ସେତିତକି ନୁହେଁ ଶିକ୍ଷାର ଆବଶ୍ୟକତା ଅନୁସାରେ ଖର୍ଚ୍ଚ ଏବଂ ଉତ୍କୃଷ୍ଟ ମାନର ଶିକ୍ଷକଙ୍କ ଅଭାବ ସମସ୍ତଙ୍କ ପାଇଁ ଚିନ୍ତାର କାରଣ ହୋଇଅଛି । ବର୍ତ୍ତମାନ ଆମ ଦେଶରେ ପ୍ରାୟ ୧୨ ଲକ୍ଷ ଶିକ୍ଷକ ପଦବୀ ଖାଲି ପଡିରହିଛି । ବିଶ୍ୱଗୁରୁଦିବସ ପାଳନ ଅବସରରେ ଆମ ରାଜ୍ୟ କଥା ଚିନ୍ତାକଲେ ଅନେକ କଥା ଆଖି ସାମ୍ନାକୁ ଆସେ । ଅଦ୍ୟାବଧି ରାଜ୍ୟର ପ୍ରାୟ ୩ ହଜାର ପ୍ରାଥମିକ ବିଦ୍ୟାଳୟ ମାତ୍ର ଜଣେ ଲେଖାଏ ଶିକ୍ଷକରେ ପରିଚାଳିତ ହେଉଛି । କେତେକ କ୍ଷେତ୍ରରେ କେଉଁଠି ୫ଟି ଶ୍ରେଣୀକୁ ଜଣେ ଶିକ୍ଷକ ତ ଆଉ କେଉଁଠି ୭ଟି ଶ୍ରେଣୀକୁ ୨ ବା ୩ ଜଣ ଶିକ୍ଷକରେ ସ୍କୁଲ ଚାଲିଛି । ଏକ ତଥ୍ୟ ଅନୁସାରେ ଓଡିଶାରେ ଏବେ ପ୍ରାଥମିକ ସ୍ତରରେ ପ୍ରାୟ ୧୪ ହଜାର ୦୭୯ ଶିକ୍ଷକ ପଦ ଖାଲି ପଡିଛି । ସେହିପରି ସରକାରୀ ବେସରକାରୀ ହାଇସ୍କୁଲରେ ପ୍ରାୟ ୧୩ ହଜାର ୯୭୭ ଶିକ୍ଷକ ପଦ ଖାଲିପଡିଥିବା ବେଳେ ଓ କଲେଜ ସ୍ତରରେ ମଧ୍ୟ ଅନୁରୂପ ଅବସ୍ଥା । କଲେଜରେ ମଧ୍ୟ ଶହଶହ ଅଧ୍ୟାପକ ପଦବୀ ଖାଲି ପଡିଛି । ଏପରିକି ଅଧିକାଂଶ ସ୍କୁଲ ଏବଂ କଲେଜରେ ସ୍ଥାୟୀ ପ୍ରଧାନ ଶିକ୍ଷକ ବା ଅଧ୍ୟକ୍ଷ ନାହାଁନ୍ତି । ଏହା ଶୈକ୍ଷିକ ବାତାବରଣ ଉପରେ ପ୍ରତିକୂଳ ପ୍ରଭାବ ପକାଉଛି । ଖାଲି ସେତିକି ନୁହେଁ ଏବର ଦ୍ରୋଣାଚାର୍ଯ୍ୟମାନଙ୍କୁ ପାଠ ଅପେକ୍ଷା ଶାଠ କାମ ଅଧିକ କରିବାକୁ ପଡୁଛି । ଶିକ୍ଷକ ଯଦି ଏସବୁ କରିବେ ପାଠ ପଢାଇବେ କେତେବେଳେ ? ଏବେ ପୁଣି ଆମ ରାଜ୍ୟରେ ଶିକ୍ଷକମାନଙ୍କ ବଦଳି ଦାୟିତ୍ୱ ବିଧାୟକଙ୍କ ହାତରେ ରହିବ ବୋଲି ସ୍ଥିର କରାଯାଇଛି । ଏହା କେତେ ଦୂର ଯୁକ୍ତିଯୁକ୍ତ ତାହା ବୃଦ୍ଧିଜୀବୀ ମହଲରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
ଏବେ ସାରା ବିଶ୍ୱରେ କରୋନାର ଭୟ । ଇତିମଧ୍ୟରେ ଲକ୍‌ଲାଉନ ପଞ୍ଚମ ପର୍ଯ୍ୟାୟରେ ପହଞ୍ଚିଛି । ଏଥିପାଇଁ ସମସ୍ତ ଶିକ୍ଷାାନୁଷ୍ଠାନକୁ ବନ୍ଦ କରାଯାଇଛି । ଛାତ୍ରଛତ୍ରୀଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ବର୍ତ୍ତମାନ ଅନ୍‌ଲାଇନ୍‌ରେ ଶିକ୍ଷା ଦାନବ୍ୟବସ୍ଥା କରାଯାଇଛି । ମାତ୍ର ଏହି ସୁବିଧା ସବୁ ପିଲାଙ୍କ ପାଇଁ ଉପଲବ୍ଧ ହୋଇପାରୁ ନାହିଁ । ତେଣୁ କରୋନା ପ୍ରତିହତ ପରେ ଆମ ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥାକୁ ସଜାଡିବାକୁ ହେବ । ଏବେ ଆତ୍ମ ସମୀକ୍ଷା କରିବାର ସମୟ ଆସିଛି । ଶିକ୍ଷା ଉପରେ ଖର୍ଚ୍ଚର୍ରେ ସମଗ୍ର ବିଶ୍ୱରେ ଆମ ଦେଶର ସ୍ଥାନ ୧୩୬ ନମ୍ବରରେ ରହିଛି ଯାହାକି ନୈରାଶ୍ୟ ଜନକ । ହେଲେ ପିଲାଙ୍କୁ ପଢାଇବା ଏବଂ ହୋମୱାର୍କ କରାଇବା କ୍ଷେତ୍ରରେ ଭାରତ ବିଶ୍ୱର ଏକ ନମ୍ବର ସ୍ଥାନରେ ରହିଛି । ଏବେ ୩୪ ବର୍ଷପରେ ଜାତୀୟ ଶିକ୍ଷା ନୀତି-୨୦୨୦ ପ୍ରଣୟନ ହେବାକୁ ଯାଉଛି । ହେଲେ ଏହାର କାର୍ଯ୍ୟକାରିତା ଉପରେ ଶିକ୍ଷାନୀତିର ସଫଳତା ଓ ବିପଳତା ନିର୍ଭର କରେ ତେଣୁ ନୂତନ ଶିକ୍ଷାନୀତି ଶିକ୍ଷକମାନଙ୍କ ସମସ୍ୟା ଓ ଶିକ୍ଷା ବ୍ୟବସ୍ଥାର ଅବ୍ୟବସ୍ଥାକୁ ସମାଧାନ କରିବାରେ କେତେ ସଫଳ ହେବ ତାହା ସମୟ ହିଁ କହିବ ।

ହିମାଂଶୁ ଶେଖର ଆଚାର୍ଯ୍ୟ, ଜଗତସିଂହପୁର

ମୋ – ୯୯୩୭୧୫୧୦୫୨

Comments are closed.