ଲକ ଡାଉନରେ ମହିଳାଙ୍କ ମହାନତା

ସମୟ ଲାଇଭ,30/3(ଦେବଜ୍ୟୋତି ମହାନ୍ତି ): ଜଗତସିଂହପୁର ଜିଲ୍ଲାର ନାଉଗାଁ ବ୍ଲକ ଅନ୍ତର୍ଗତ ତିରୁଣା ଗ୍ରାମପଞ୍ଚାୟତର ମା ବୃନ୍ଦାବତୀ ସ୍ଵୟଂସହାୟକ ଦଳ ଏବଂ ମାସାରଳା ସ୍ଵୟଂସହାୟକ ଦଳ ଓ ଏକତା ସ୍ପୋର୍ଟିଂକ୍ଲବର ସଦସ୍ୟ ମାନଙ୍କ ମିଳିତ ଆନୁକୂଲ୍ୟରେ ତିରୁଣା ଗ୍ରାମପଞ୍ଚାୟତ ମଧ୍ୟରେ ଫସି ରହିଥିବା କିଛି କୋରାପୁଟ, ପଶ୍ଚିମବଙ୍ଗ ଶ୍ରମିକ, ମାନସିକଭାରସମ୍ୟ ହରେଇଥିବା ଲୋକମାନଙ୍କୁ ରନ୍ଧାଖାଦ୍ୟ ବିତରଣ କରାଯାଇଅଛି l ଏଥିରେ ତିରୁଣା ଗ୍ରାମପଞ୍ଚାୟତ ନାୟାବ ସରପଞ୍ଚ ଦ୍ୱିଜବର ପରିଡା, ମା ବୃନ୍ଦାବତୀ ସ୍ଵୟଂସହାୟକ ଦଳର ସଭାନେତ୍ରୀ ରେଣୁବାଳା ପରିଡା, ମାନସୀପ୍ରଭା ପରିଡା, ଚାରୁଲତା ଦାସ , ପ୍ରମିଳା ସହୂ, କଲ୍ୟାଣୀ ସ୍ୱାଇଁ ଏକତା ସ୍ପୋର୍ଟିଂ କ୍ଲବ ର ସଭାପତି ଜ୍ଞାନରଞ୍ଜନ ପରିଡା , ସମ୍ପାଦକ ରାଧାଶ୍ୟାମ ସ୍ୱାଇଁ , ଉପଦେଷ୍ଟା ମୁକେଶ ପରିଡା , ରାଜା ସ୍ୱାଇଁ ଏବଂ ଚିନ୍ମୟ ପରିଡା ପ୍ରମୁଖ ଯୋଗଦେଇଥିଲେ

Comments are closed.