ପୋଡିୟମ୍ ସାମ୍ନାକୁ ଆସି ବିରୋଧୀଙ୍କ ହୋହଲ୍ଲା

ସମୟ ଲାଇଭ୍‍,୨୦/୧୧: ବିଧାନସଭାର ଗୃହକାର୍ୟ୍ୟ ସମୟରେ ମନ୍ତ୍ରୀମାନେ ଅନୁପସ୍ଥିତ ରହୁଥିବା ପ୍ରସଙ୍ଗ ଉଠାଇ ଗୃହର ମଧ୍ୟଭାଗରେ ବିରୋଧୀ ସଦସ୍ୟ ନାରାବାଜି କରିଛନ୍ତି । ଆଜି ଶୂନ୍ୟକାଳରେ ଗୃହରେ କୌଣସି ମନ୍ତ୍ରୀ ଉପସ୍ଥିତ ନଥିବା ପ୍ରସଙ୍ଗ ଉଠାଇଥିଲେ ବିଜେପି ଓ କଂଗ୍ରେସ ବିଧାୟକ । ଅନୁପସ୍ଥିତିକୁ ନେଇ ବିରୋଧୀ ହଙ୍ଗାମା କରିଥିଲେ । ପୋଡିୟମ୍ ସାମ୍ନାକୁ ଆସି ହୋହଲ୍ଲା କରିଥିଲେ । ହୋହଲ୍ଲା ପରେ ରାଜସ୍ବ ମନ୍ତ୍ରୀ ସୁଦାମ ମାରଣ୍ଡି ଗୃହକୁ ଆସିଥିଲେ । ଏହାପରେ ଜଣଙ୍କ ପରେ ଜଣେ ଆସିଥିଲେ।
ଫଳରେ ବାଚସ୍ପତି ସୂର୍ୟ୍ୟ ନାରାୟଣ ପାତ୍ର ରୁଲିଂ ଦେଇଥିଲେ । ବାଚସ୍ପତି କହିଥିଲେ ଯେ, ଗୃହ ଚାଲୁଥିବା ସମୟରେ କିଛି ମନ୍ତ୍ରୀ ଉପସ୍ଥିତ ରହିବା ଦରକାର । ସରକାରୀ ଦଳ ମୁଖ୍ୟ ସଚେତକ ଏ ଦାୟିତ୍ବ ନିଅନ୍ତୁ ବୋଲି ବାଚସ୍ପତି କହିଥିଲେ । କଂଗ୍ରେସ ଓ ବିଜେପି ବିଧାୟକ ଠିକ୍ କହୁଛନ୍ତି । ଗୃହ କାର୍ୟ୍ୟ ଚାଲୁଥିବା ବେଳେ କିଛି ମନ୍ତ୍ରୀ ଉପସ୍ଥିତ ରହିବାକୁ ମୁଖ୍ୟ ସଚେତକଙ୍କୁ ବାଚସ୍ପତି ନିର୍ଦ୍ଦେଶ ଦେଲେ। ତେବେ ବାଚସ୍ପତିଙ୍କ ରୁଲିଂ ପରେ ଗୃହକୁ ୪ ମନ୍ତ୍ରୀ ଓ ଶାସକ ଦଳର ଅନେକ ବିଧାୟକ ଆସିଥିଲେ ।

Comments are closed.