ଝଡ଼ିବନି କେଶ, ତ୍ୱଚା ଦିଶିବନି ରୁକ୍ଷ; ଶୀତଦିନେ ଖାଆନ୍ତୁ ଏହି ସବୁ ଖାଦ୍ୟ

ସମୟ ଲାଇଭ,୧୪/୧୦: ଋତୁ ଅନୁସାରେ ଖାଦ୍ୟପେୟର ମଧ୍ୟ ପରିବର୍ତ୍ତନ ହୋଇଥାଏ। ଏହାସହ ଶୀତ ଦିନେ ସାଧାରଣତଃ ତ୍ୱଚା ରୁକ୍ଷ ହେବା ସହିତ ,କେଶ ଝଡିବା,ରୂପି ହେବା ଆଦି ସମସ୍ୟା ଦେଖାଯାଇଥାଏ। ଏହିସବୁ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଭୋଜନରେ ଏହିସବୁ ଖାଦ୍ୟ ସାମିଲ କରନ୍ତୁ।
ଶୀତ ଦିନରେ କନ୍ଦମୂଳ ଓ ତନ୍ତୁ ଜାତୀୟ ଖାଦ୍ୟ ଖାଇବା ଦ୍ୱାରା ଶରୀରର ପାଚନ ଶକ୍ତି ତ୍ୱରାନ୍ୱିତ ହୋଇଥାଏ ।
ଶୀତ ଦିନେ ବିନ୍ସ,ମଟର ଛୁଇଁ ଆଦି ଖାଇବା ଉଚିତ। ଏଥିରେ ଭିଟାମିନ-ଏ, ଫଳରେ ଫାଇବର ମିଳିଥାଏ ରୋଗ ପ୍ରତିରୋଧକ ଶକ୍ତି ବଢିବାରେ ସାହାଯ୍ୟ କରିଥାଏ ଏବଂ ଚର୍ମକୁ ମଧ୍ୟ ସୁସ୍ଥ ରଖିଥାଏ।


ଶୀତଦିନେ ମିଳୁଥିବା ବିଭିନ୍ନ ପ୍ରକାରର ଶାଗ ଯଥା-ପାଳଙ୍ଗ,ମେଥି,ମୂଳା,ପିଆଜ ଶଣ୍ଢା ଆଦି ଖାଇବା ଉଚିତ।ଏହି ସବୁ ଖାଇବା ଦ୍ୱାରା ତ୍ୱଚା ସୁନ୍ଦର ରହିବା ସହିତ ଦୃଷ୍ଟିଶକ୍ତି ମଧ୍ୟ ବଢିଥାଏ।
ଶୀତ ଦିନେ ମିଳୁଥିବା ମୂଳା,ଗାଜର,ବିଟ୍କୁ କଞ୍ଚା ଚୋବାଇ ଖାଇବା ଦ୍ୱାରା ଆଖି,ପେଟ ସଫା ରହିବା ସହିତ ରକ୍ତ ମଧ୍ୟ ବିଶୁଦ୍ଧ ହୋଇଥାଏ। ବିଭିନ୍ନ ପ୍ରକାର କୋବି ବନ୍ଧା କୋବି, ଫୁଲ କୋବି ଖାଇବା ଦ୍ୱାରା ପ୍ରୋଟିନ୍ ଓ ଭିଟାମିନ ମିଳିଥାଏ।
ତେବେ ଶୀତ ଦିନେ ପିଜୁଳି ନିଶ୍ଚିତ ଖାଆନ୍ତୁ । ଏହା ଚର୍ମକୁ ସୁସ୍ଥ ରଖିବା ସହ ରୋଗ ପ୍ରତିରୋଧକ ଶକ୍ତି ବଢାଏ ଗୋଟିଏ ପିଜୁଳିରେ ଗୋଟିଏ ସେଓ ଠାରୁ ଅଧିକ ଭିଟାମିନ୍ ଥାଏ।

ପିଜୁଳି ଖାଇବା ସହ ଅଁଳା,ପାଚିଲା ଅମୃତଭଣ୍ଡା, କରମଙ୍ଗା ଆଦି ଖାଇବା ଦ୍ୱାରା ଆପଣଙ୍କ ତ୍ୱଚା ଉପରେ ଉତ୍ତମ ପ୍ରଭାବ ପଡ଼ିଥାଏ।

Comments are closed.