ଶୀତଦିନେ ଖରାରେ ବସୁଛନ୍ତି କି? ତ୍ଵଚା ଉପରେ ପଡିବ ପ୍ରଭାବ

ଥଣ୍ଡାରୁ ରକ୍ଷା ପାଇବା ପାଇଁ ସାଧାରଣତଃ ଆପଣ ଖରା ରହିଥା’ନ୍ତି। ଏହା ଆପଣଙ୍କ ତ୍ୱଚାରେ ଟ୍ୟାନିଂ କରିଥାଏ। ତେବେ ଏହି ସମସ୍ୟାରୁ ରକ୍ଷା ପାଇବା ଆପଣାନ୍ତୁ ଏହି କେତୋଟି ସହଜ ଉପାୟ…

-ଖରାଦିନେ ବ୍ୟବହାର କରୁଥିବା ସନ୍‍କ୍ରିମ୍‍ ଶୀତଦିନେ ମଧ୍ୟ ବ୍ୟବହାର କରନ୍ତୁ ଏହାଦ୍ୱାରା ତ୍ୱଚାରେ ଟ୍ୟାନିଂ ହୋଇନଥାଏ।
– ସ୍ନାନ କରିବା କିମ୍ବା ପାଣି ଜନିତ ଯେକୌଣସି କାମରେ ଗରମପାଣି ବ୍ୟବହାର କରୁଥିଲେ ଧ୍ୟାନ ରଖନ୍ତୁ ଯେପରି ଏହି ପାଣି ବେଶୀ ଗରମ ସହୋଇ ସାମାନ୍ୟ ଉଷୁମ ହୋଇଥିବା ଆବଶ୍ୟକ।

– ଶରୀରରେ ଯେତେ କମ୍‍ ପାରୁଛନ୍ତି ସେତେ କମ୍‍ ସାବୁନ୍‍ ବ୍ୟବହାର କରନ୍ତୁ। ଏହା ଦ୍ୱାରା ତ୍ୱଚା ଶୁଷ୍କ ହୋଇନଥାଏ।
-ଖରା ଯୋଗୁଁ  ମୁହଁର ଚମକ କମ୍‍ ହୋଇଥାଏ। ଏଣୁ ପ୍ରଚୁର ପରିମାଣର ପାଣି ପିଅନ୍ତୁ। ଏହାଦ୍ୱାରା ଆପଣଙ୍କ ତ୍ୱଚା ପୂର୍ବପରି ନମନୀୟ ଓ ଚମକ୍‍ଦାର ହୋଇଥାଏ।

-ସୂର୍ଯ୍ୟକିରଣରେ ମୁହଁର ଟ୍ୟାନ୍‍ ଆସିଥିବା ଅଂଶ ଏବଂ ଅନ୍ୟାନ୍ୟ ଅଂଶରେ ଗ୍ଲିସେରିନ୍‍, ଲେମ୍ବୁ ଓ ଗୋଲାପଜଳର ମିଶ୍ରଣ ଶୋଇବା ପୂର୍ବରୁ ଲଗାନ୍ତୁ। ସକାଳେ ସାମାନ୍ୟ ଉଷୁମ୍‍ ପାଣିରେ ମୁହଁ ଧୋଇଦିଅନ୍ତୁ।
– ଆପଣ ଚାହିଁଲେ ମହୁ ଓ ଲେମ୍ବୁର ମିଶ୍ରଣ ମଧ୍ୟ ଲଗାଇ କିଛି ସମୟପରେ ଧୋଇଦେଇପାରିବେ।

Comments are closed.